ନବୀନ ଏତେ ନିମ୍ନ ସ୍ତରକୁ ଖସିଯିବେ ବୋଲି ଭାବି ହେଉନି :ବୈଜୟନ୍ତ

ଗତକାଲି କେନ୍ଦ୍ରାପଡା ଲୋକସଭା ପ୍ରାଥୀ ଘୋଷଣା ବେଳେ ଅନୁଭବ ଙ୍କ ସଂକ୍ରାନ୍ତ ରେ ମୁଖ୍ୟମନ୍ତ୍ରୀ କହିଥିଲେ କି ଅନୁଭବ ଲୋକଙ୍କ ପାଇଁ କାମ କରିବେ , ସବୁ ସତ୍ୟ ଦାଖଲ କରିବେ ମାଇନିଂ କମ୍ପାନୀରୁ ଦରମା ନେଇ ନିଜ ସତ୍ୟପାଠରେ କୌଣସି ବି ତଥ୍ୟ ଲୁଚାଇବେନି I ଏହା ସିଧାସଳଖ ବୈଜୟନ୍ତ ଙ୍କୁ କଟାକ୍ଷ କରାଯାଇଥିଲା I ତେବେ ଏହାର ଜବାବ ଦେଇ ଆଜି ବୈଜୟନ୍ତ କହିଛନ୍ତି ଯେ ନବୀନ ଏତେ ନିମ୍ନସ୍ତରକୁ ଖସିଯିବେ ବୋଲି ସେ କେବେ ଭି ଭାବି ନଥିଲେ

I 60ବର୍ଷ ଧରି କମ୍ପାନୀ ବିଷୟରେ ସମସ୍ତେ ଅବଗତ ଅଛନ୍ତି ଅପରପକ୍ଷରେ କୌଣସି କଂପାନୀ ଗଠନ ପୂର୍ବରୁ ମାଇନିଂ ଲିଜ୍ ଦେବା ଭଳି ଘଟଣାରେ ସେ ସମ୍ପୃକ୍ତ ନାହାନ୍ତି ବୋଲି ନିଜ ଟ୍ୱିଟର ରେ ଉଲ୍ଲେଖ କରିଛନ୍ତି I ଏପରିକି ନବୀନଙ୍କ ନାଁରେ କୋଲ୍ ବ୍ଲକ ଦୁର୍ନୀତି ମାଇନିଂ ଲିଜ୍ ଅଭିଯୋଗ ଆସିଛି ଏବଂ ସେ ଏଥିପାଇଁ ସିବିଆଇ ଜେରା ର ସାମ୍ନା କରିଥିଲେ I

Leave a Reply

Your email address will not be published. Required fields are marked *