ହକ୍ ମାଗୁଛନ୍ତି ସତ୍ୟବାଦୀ ବିଜେଡି କର୍ମୀ ! ବିଜେଡି ଛାଡିଲେ ପୁରୀର ଟାଣୁଆ ନେତା ଜୟନ୍ତ

ଗତକାଲି ବିଜେଡି ର ପ୍ରାଥୀ ତାଲିକା ଘୋଷଣା ସରିଛି I ଦଳରେ ଅନେକ ନେତା ଙ୍କ ଟିକେଟ କଟିଥିବା ବେଳେ ଅନେକ ନୂଆ ପ୍ରାଥୀ ସାମ୍ନା କୁ ଆସିଛନ୍ତି I ଏହିକ୍ରମରେ ସତ୍ୟବାଦିରେ ବିଜେଡି ରେ ମିଶିଥିବା ସ୍ୱାଧୀନ ବିଧାୟକ ଉମା ସାମନ୍ତରାୟ ଙ୍କୁ ଟିକେଟ ମିଳିଥିବା ବେଳେ ସତ୍ୟବାଦୀ ର ପ୍ରମୁଖ ଦାବିଦାର ଙ୍କୁ ନିରାଶ ହେବାକୁ ପଡିଛି I

ଯାହାକୁ ନେଇ କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେବାରେ ଲାଗିଛି I ସତ୍ୟବାଦୀ ରେ ଦୀର୍ଘ 20ବର୍ଷ ଧରି ବିଜେଡି ଖାତା ଖୋଲିପାରିନଥିବା ବେଳେ ଏଥରକ ସତ୍ୟବାଦୀ ରୁ ବିଜେଡି କୁ ଜିତାଇବାକୁ ଅଣ୍ଟା ଭିଡ଼ିଥିଲେ ପୁରୀ ପୌର ସଂସ୍ଥା ର ନଗରପାଳ ଜୟନ୍ତ ଷଡ଼ଙ୍ଗୀ ଓରଫ ନିଲୁ

I ସତ୍ୟବାଦୀ ରେ ବିଧାୟକ ଉମା ସାମନ୍ତରାୟ ଙ୍କ ବିରୁଦ୍ଧରେ କର୍ମୀ ମାନଙ୍କ ମଧ୍ୟରେ ଲାଗିରହିଥିବା ପ୍ରବଳ ଅସନ୍ତୋଷ କୁ ନିଜେ ବୁଝାଇଥିଲେ ଜୟନ୍ତ I ମାଟିର ପୁଅ ହେଇଥିବାରୁ ସତ୍ୟବାଦୀ ରେ ଅତି ସହଜରେ ଗ୍ରହଣୀୟ ହେଇପାରିଥିଲେ ନିଲୁ I ନିଜର ସଂଘଠନ ଦୃଢ କରିଥିଲେ କିନ୍ତୁ ତାଙ୍କୁ ଟିକେଟ ନମିଳିବା ତାଙ୍କ କର୍ମୀ ମାନଙ୍କୁ ନିରାଶ କରିଛି I ଶେଷରେ ଆଜି ଦଳ ଛାଡିଛନ୍ତି ଜୟନ୍ତ ଏବଂ ବିଜେପି ରେ ସାମିଲ ହେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି

I ଅପରପକ୍ଷରେ ଜୟନ୍ତ ଙ୍କ ଦଳ ଛାଡିବା ପୁରୀ ,ସତ୍ୟବାଦୀ ,ବ୍ରହ୍ମଗିରି ବିଜେଡି ରେ ପ୍ରଭାବ ପକାଇବ ,ଯେହେତୁ ସେ ପୁରୀର ନଗରପାଳ ଥିଲେ

Iବିଧାନସଭା ଏବଂ ଲୋକସଭାରେ ପାଖାପାଖି 1ଲକ୍ଷ ରୁ ଉର୍ଧ ଭୋଟ ପ୍ରଭାବିତ ହେଇପାରେ ବୋଲି ରାଜନୈତିକ ବିଶାରଦ ମାନେ ଆକଳନ କରି କୁହନ୍ତି I

Leave a Reply

Your email address will not be published. Required fields are marked *