ପେଟିଏମ୍ ମାଲିକ ବିଜୟ ଶେଖର ଶର୍ମାଙ୍କ ଜୀବନ କାହାଣୀ ନିହାତି ଭାବରେ ଥରେ ପଢନ୍ତୁ ,

ବିଜୟ ଶେଖର ଶର୍ମା ପେଟିଏମ ତିଆରି କରିଥିଲେ I ସେ ତାଙ୍କ ଜୀବନରେ ବହୁତ ବାଧା ବିଘ୍ନ ସାମ୍ନା କରି ଆଜି 645 କୋଟି ର କମ୍ପାନୀ ତିଆରି କରିଛନ୍ତି I ଲୋକଙ୍କୁ ଲଗାତାର ଅସଫଳତା ମିଳିବା କାରଣରୁ ଲୋକେ ନିରାଶ ହୋଇ ପଡନ୍ତି ଏବଂ ନିଜ ଭାଗ୍ୟକୁ ଦୋଷ ଦିଅନ୍ତି I ଯେଉଁମାନଙ୍କର କିଛି ଲକ୍ଷ ଥାଏ ଓ ଇଛାଶକ୍ତି ଥାଏ ସେମାନେ ନିଜ ଭାଗ୍ୟକୁ ଦୋଷ ଦିଅନ୍ତିନି I ନିଜ ଭିତରେ ଥିବା କମ ପଣକୁ ଦୂର କରି ନିଜ ଲକ୍ଷକୁ ପୁରା କରନ୍ତି I ଆଜି ଚାଲନ୍ତୁ ଜାଣିବା ପେଟିଏମର ସଫଳତା ବିଷୟରେ I

ବିଜୟ ଶଙ୍କରଙ୍କ ଜନ୍ମ ଜୁଲାଇ 8 1973 ମସିହାରେ ଅଲିଗଡରେ ହୋଇଥିଲା ତାଙ୍କ ପିତା ଶୂଲମ ପ୍ରକାଶ ଶର୍ମା ଜଣେ ସ୍କୁଲ ଶିକ୍ଷକ ଥିଲେ ଏବଂ ତାଙ୍କ ମା ଆଶା ଶର୍ମା ଜଣେ ଘରୋଇ ସ୍ତ୍ରୀ ଥିଲେ I ବିଜୟ ତାଙ୍କର ପ୍ରାଥମିକ ଶିକ୍ଷା ଗୋଟେ ହିନ୍ଦୀ ସ୍କୁଲ ରେ ଶେଷ କରିଥିଲେ ,ଉଞ୍ଚ ଶିକ୍ଷା ପାଇଁ ଦିଲ୍ଲୀ ଟେକ୍ନୋଲୋଜି ୟୁନିଭରସିଟିରେ ଯୋଗ ଦେଇଥିଲେ I ହିନ୍ଦୀରେ ପାସ୍ ହୋଇଥିବା କାରଣରୁ ତାଙ୍କର ଇଂରାଜୀ ରେ ଜ୍ଞାନ ବହୁତ କମ ଥିଲା I ଥରେ କଲେଜର ଶିକ୍ଷକ ବିଜୟଙ୍କୁ କିଛି ପ୍ରଶ୍ନ ଇଂରାଜୀରେ ପଚାରିଥିଲେ ବିଜୟ କିଛି ନବୁଝିପାରି ପୁରା କ୍ଳାସରେ ଲଜ୍ଜିତ ହୋଇଥିଲେ

I ଇଂରାଜୀ ଜ୍ଞାନ କମ ଥିବାରୁ କ୍ଳାସରେ ଅନୁପସ୍ଥିତ ହେବାକୁ ଲାଗିଲେ ଏବଂ ଧୀରେ ଧୀରେ କଲେଜ ଯିବା ମଧ୍ୟ ବନ୍ଦ କରିଦେଲେ I ଘରେ ଇଂରାଜୀ ଶିଖିବାକୁ ଲାଗିଲେ ଓ ଇଛା ଶକ୍ତି ବଳରେ ଇଂରାଜୀ ଶିଖିଗଲେ I ସେ ପରେ କିଛି ଈଂଣ୍ଟରନେଟ ବିଷୟରେ ନୂଆ କରିବାକୁ ଭାବିଥିଲେ I ସେ ସାଙ୍ଗମାନଙ୍କ ପାଖରୁ କୋଡ଼ିଙ୍ଗ ଶିଖି ନିଜର ଗୋଟେ ସିଏମଏସ ତିଆରି କରିଦେଇଥିଲେ I ସି.ଏମ.ଏସ ର ଅର୍ଥ ହେଉଛି କଣ୍ଟାକ ମ୍ୟାନେଜେମେଣ୍ଟ ସିଷ୍ଟମ ଯାହା ୱେବସାଇଟ କୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ I ନିଜ ଭିତରେ ଥିବା ଟ୍ୟାଲେଣ୍ଟ ବଳରେ ସେ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ଫାଇନାଲ ବର୍ଷରେ xcc କମ୍ପାନୀ ତିଆରି କରିଥିଲେ I

1999 ମସିହାରେ ଗୋଟେ ଆମେରିକାନ କମ୍ପାନୀକୁ 1 ମିଲିଅନ ଡଲାରରେ ବିକ୍ରି କରିଦେଇଥିଲେ ଓ ସେହି ପଇସାରେ ଦିଲ୍ଲୀରେ ଏକ ଭଡ଼ାଘରେ ଏକ କମ୍ପାନୀ ତିଆରି କରିଦେଇଥିଲେ ଯାହାର ନାମ ହେଉଛି 197 I କମ୍ପାନୀ ପ୍ରଥମେ ପ୍ରଥମେ ଭଲ ଚାଲିଥିଲା କିନ୍ତୁ ପରେ ବିଗିଡ଼ିବାକୁ ଲାଗିଲା ସେ ଯାହାଭି ଟଙ୍କା ଇନଭେଷ୍ଟ କରିଥିଲେ ସବୁ ସରିଗଲା ବିଜୟ ନିଜ କମ୍ପାନୀ ବଂଚେଇବା ପାଇଁ ଅନ୍ୟ କମ୍ପାନୀରେ କାମ କରୁଥିଲେ I ସେ ଅନ୍ୟମାନଙ୍କ ପାଇଁ ୱେବସାଇଟି ତିଆରି କରି ଟଙ୍କା ସବୁ ନିଜ କମ୍ପାନୀରେ ଖର୍ଚ କରିଦେଉଥିଲେ I

ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଲା ସେ ଦୁଇ କପ ଚାରେ ଦିନ କଟାଇଦେଉଥିଲେ ସେ ନିଜର ଘରଭଡା ଭି ଠିକ ରେ ଦେଇପାରୁନଥିଲେ ସେଥିପାଇଁ ସେ ବିଳମ୍ବିତ ରାତିରେ ଯାଉଥିଲେ ଓ ସୂର୍ଯ୍ୟ ଉଦୟ ହେବI ପୂର୍ବରୁ ଲୁଚିକି ପଳାଉଥିଲେ I ତାଙ୍କ ପରିଶ୍ରମ ଦେଖି ପିୟୁସ ଅଗ୍ରୱାଲ ନାମକ ଜଣେ ବିଜିନେସ ମ୍ୟାନ ତାଙ୍କୁ ସି.ଇ.ଓ.ପାଇଁ ଅଫର ଦେଇଥିଲେ ବିଜୟ ତାଙ୍କ ଲକ୍ଷରୁ ହଟିଲେ ନାହିଁ ଓ ସେ ତାଙ୍କ ଅଫରକୁ ରିଜେକ୍ଟ କରିଦେଇଥିଲେ ସେଥିପାଇଁ କୁହାଯାଏ ସଫଳ ବ୍ୟକ୍ତିମାନେ ତାଙ୍କ ଲକ୍ଷରୁ କେବେ ହଟନ୍ତି ନାହିଁ

I ପିୟୁସ ଅଗ୍ରୱାଲ 8 ଲକ୍ଷ ଟଙ୍କା ଦେଇ 197 ର 40%କିଣିନେଇଥିଲେ ଓ ତାଙ୍କ କମ୍ପାନୀକୁ ନିଜ କମ୍ପାନୀ ପାଖକୁ ନେଇଯାଇଥିଲେ I ପିୟୁସ ଅଗ୍ରୱାଲଙ୍କ ସାହାଯ୍ୟ ବଳରେ 197 ଆଗକୁ ବଢିବାକୁ ଲାଗିଲା I 197 କୁ ପେଟିଏମ୍ ରେ ପରିବର୍ତନ କରିଦିଆଗଲା I ପେଟିଏମ ପ୍ରଥମେ ପ୍ରଥମେ ଅନଲାଇନ ରିଚାର୍ଜ ସୁବିଧା ଯୋଗାଉଥିଲା I ଯେତେବେଳେ ପେଟିଏମ୍ ର ଚାହିଦା ବଢିବାକୁ ଲାଗିଲା ସେତେବେଳେ ଅନଲାଇନ ଟ୍ରାଞ୍ଜାକ୍ସନ ,ସପିଙ୍ଗ ଏପରି ବହୁତ ସୁବିଧା ଯୋଗାଇଦିଆଗଲା I ବର୍ତ୍ତମାନ ବ୍ୟାଙ୍କର ସୁବିଧା ମଧ୍ୟ ଯୋଗାଉଛି I ଶେଖର କୁହନ୍ତି ଜୀବନରେ ସଫଳତା ପାଇବାକୁ ହେଲେ କିଛି ଅଲଗା କରି ଦେଖେଇବାକୁ ପଡିବ I

Leave a Reply

Your email address will not be published. Required fields are marked *