ବିଜେପି ଟିକେଟ କୁ ପ୍ରତ୍ୟାଖାନ କରି ବିଜେଡି କୁ ପଳାଇଲେ ଭାଗିରଥୀ ସେଠୀ

ବିଜେପି ଛାଡିଛନ୍ତି ବରିଷ୍ଠ ନେତା ଭାଗିରଥି ସେଠି I ଆଜି ବିଜେପି ଛାଡି ବିଦ୍ଧିବଦ୍ଧ ଭାବରେ ବିଜେଡି ରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ତିତିରେ I ତେବେ ସବୁଠୁ ବଡ କଥା ହେଉଛି ,ବର୍ତମାନ ଟିକେଟ ପାଇଁ ଅନେକ ଆଶାୟୀ ଦଳ ଛାଡୁଥିବା ବେଳେ ବିଜେପି ଭାଗିରଥି ଙ୍କୁ ଟିକେଟ ଦେଇଥିଲା କିନ୍ତୁ ଭାଗିରଥି ବିଜେପି ଟିକେଟ କୁ ପ୍ରତ୍ୟାଖାନ କରି ବିଜେଡି ପଳାଇଛନ୍ତି I

ସୂଚନା ଥାଉ କି ଭାଗିରଥି ବିଜେଡି ଜଣେ ଟାଣୁଆ ନେତା ଥିଲେ ୨୦୦୯ ନିର୍ବାଚନରେ ବିଜେଡିରୁ ଲଢ଼ିଥିବା ବେଳେ ୨୦୧୪ ରେ ତାଙ୍କୁ ଦଳ ଟିକେଟ ଦେଇନଥିଲା ଫଳରେ ନିଜ ସ୍ୱାର୍ଥ ପାଇଁ ବିଜେପି ଶିବିର କୁ ଡିଆଁ ମାରିଥିଲେ ଭାଗିରଥି I 2019 ପାଇଁ ବିଜେପି ପକ୍ଷରୁ ତାଙ୍କୁ ଟିକେଟ ମିଳିଥିଲେ ମଧ୍ୟ ଟିକେଟ କୁ ପାଦରେ ଆଡେଇ ପୁଣି ନିଜ ଦଳକୁ ଫେରିଛନ୍ତି ଭାଗିରଥି I

ଏନେଇ କହିଛନ୍ତି କି ବିଜେପି ତଳସ୍ତରରେ କନ୍ଦଳ ଲାଗିରହିଛି ତେଣୁ ସେ ବାଧ୍ୟ ହେଇ ଦଳ ଛାଡିଛନ୍ତି I ଅପରପକ୍ଷରେ ବିଜେଡି ତରଫରୁ ତାଙ୍କୁ ଆନନ୍ଦପୁର ପାଇଁ ଟିକେଟ ମିଳିବ ବୋଲି ଶୁଣାଯାଉଛି I

Leave a Reply

Your email address will not be published. Required fields are marked *