ବିଜେପି ନେତାଙ୍କୁ ହିଞ୍ଜିଳି ମନା ! ସୂର୍ଯ୍ୟପାତ୍ର ଙ୍କ ଗାଡିକୁ ଛାଡିଲେ , ପିତାମ୍ବର ଙ୍କୁ ଅଟକାଇଲେ !

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ପାଣିପାଗ ସେତିକି ସରଗରମ ହେଉଛି I ବିଶେଷ କରି ଏବେ ହିଞ୍ଜିଳି ରେ ନବୀନ ଙ୍କୁ ଟକ୍କର ଦେବାକୁ ପ୍ରଥିପତ୍ର ଦାଖଲ କରିଛନ୍ତି ବିଜେପି ର ପିତାମ୍ବର ଆଚାର୍ଯ୍ୟ I ତେବେ ତାଙ୍କୁ ନେଇ ସୋସିଆଲ ମିଡ଼ିଆ ପୁରା ଉଠୁଛି ପଡୁଛି Iଗତକାଲି ପିତାମ୍ବର ହିଞ୍ଜିଳି ଯାଉଥିବା ସମୟରେ ଡିଉଟି ରେ ଥିବା ପୋଲିସ ବାବୁ ଏବଂ ହିଞ୍ଜିଳି ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ତାଙ୍କୁ ଅଟକାଇଥିଲେ ଏବଂ ବାହାରକୁ ଆସିବାକୁ କହିଥିଲେ ଏଥିରେ ରାଗିଯାଇଥିଲେ ପିତାମ୍ବର ,

ପାଲଟା କହିଥିଲେ କି କିଛି ସମୟ ପୂର୍ବରୁ ସୂର୍ଯ୍ୟପାତ୍ର ସେହି ବାଟ ଦେଇ ଯାଇଥିଲେ ମଧ୍ୟ ତାଙ୍କୁ ଅଟକା ଯାଇନଥିଲା ,କିନ୍ତୁ ତାଙ୍କ ଗାଡ଼ିରେ ଫୁଲ ଚିହ୍ନ ଦେଖି ଅଟକା ଯାଉଛି I ଆହୁରି ମଧ୍ୟ କହିଥିଲେ କି ନବୀନ ପଟନାୟକ ସେହି ବାଟେ ଗଲେ ତାଙ୍କୁ କଣ ଅଟକାଇ ବାହାରକୁ ଆସିବାକୁ କହୁଚ ? ନବୀନ ର ଚାମଚା ଗିରି ଛାଡ ,ପାଣ୍ଡିଆନ କଥାରେ ଏସବୁ ହେଉଛି I

ଆହୁରି ମଧ୍ୟ ନିର୍ବାଚନ ଅଧିକାରୀ ଙ୍କୁ ପାଠ ପଢ଼ାଇଥିଲେ ଓକିଲ ବାବୁ ,କହିଥିଲେ କି ଗଣତନ୍ତ୍ର ରେ କିଏ ଆସିବେ ,ଯିବେ କିନ୍ତୁ କାହା କଥାରେ ଆପଣ ପଡ଼ନ୍ତୁନି ,ଆଗକୁ ଆପଣଙ୍କ ଭବିଷ୍ୟତ ଅଛି I ଅପରପକ୍ଷରେ ଦାୟିତ୍ୱ ରେ ଥିବା ଅଧିକାରୀ କହିଥିଲେ କି ସେ ତାଙ୍କ କର୍ତବ୍ୟ କରୁଛନ୍ତି ,ସମସ୍ତ କାର୍ଯ୍ୟ ଭିଡିଓ ଦ୍ୱାରା ରେକର୍ଡ କରାଯାଉଛି ,ସେପଟେ ଯାଉଥିବା କଲେକ୍ଟର ,ଅଧିକାରୀ ସମସ୍ତ ଙ୍କୁ ସେମାନେ ତନଖି କରିଛନ୍ତି ,ଯିଏ ଯାହା ଭାବୁଛି ଭାବୁ I

Leave a Reply

Your email address will not be published. Required fields are marked *