ବିଜେପି ରୁ ଟିକେଟ ପାଇ ମଧ୍ୟ ବିଜେଡ଼ି ରେ ମିଶିଲେ ପୂର୍ବତନ ବିଧାୟକ

ଦଳ ରୁ ଟିକେଟ ନ ମିଳିଲେ ଦଳ ଛାଡ଼ିବା କଥା ତ ଆପଣମାନେ ସୁଣିଥିବେ। ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ପୂର୍ବତନ ବିଧାୟକ ଭାଗୀରଥି ସାହୁ ଙ୍କୁ ଆସନ୍ତା ନିର୍ବାଚନ ପାଇଁ ବିଜେପି ରୁ ଟିକେଟ ମିଳିଥିଲେ ମଧ୍ୟ ସେ ବିଜେଡ଼ି ରେ ଯୋଗ ଦେଇଛନ୍ତି ।

ଭାଗିରଥି ଆଜି ନବୀନ ଙ୍କ ନିବାସ କୁ ଆସି ନବୀନ ଙ୍କ ଉପସ୍ଥିତି ରେ ବିଜେଡ଼ି ରେ ଯୋଗ ଦେଇଛନ୍ତି।।

ତେବେ ଭାଗିରଥି ଙ୍କ ବିଷୟରେ ପ୍ରକାଶ ଥାଉ କି ସେ ୨୦୦୮ ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡ଼ି ତରଫ ରୁ ହିଁ ବିଧାୟକ ଥିଲେ। ପରେ ନିର୍ବାଚନ ରେ ଟିକେଟ ନ ମିଳିବାରୁ ସେ ବିଜେପି ରେ ଯୋଗ ଦେଇଦେଇଥିଲେ। ଏବଂ ବିଜେପି ଏହି ନିର୍ବାଚନ ପାଇଁ ତାଙ୍କୁ ଟିକେଟ ମଧ୍ୟ ଦେଇଥିଲା। କିନ୍ତୁ ସେ ପୁଣି ତାଙ୍କ ପୁରୁଣା ଦଳ ବିଜେଡ଼ି କୁ ବାହୁଡ଼ି ଯାଇଛନ୍ତି।

Leave a Reply

Your email address will not be published. Required fields are marked *