ସୁବାସ ଙ୍କୁ ଉପେକ୍ଷା କରିବା ଧର୍ମେନ୍ଦ୍ର ଙ୍କୁ ପଡିବ ମହଙ୍ଗା ,ଏକାଥରେ ଇସ୍ତଫା ଦେଲେ ୯ ଜିଲ୍ଲା ପରିଷଦ ସଭ୍ୟ

କିଛିଦିନ ତଳେ ବିଜେପି ଛାଡିଥିବା ବରଗଡ଼ ର ବଳିଷ୍ଠ ବିଜେପି ନେତା ସୁବାଷ ଚୌହାନ ଧର୍ମେନ୍ଦ୍ର ଙ୍କ ଉପରେ ପ୍ରବଳ ବର୍ଷିଥିଲେ I ଲୋକସଭା ପାଇଁ ସେ ଆଶାବାଦୀ ଥିଲେ ମଧ୍ୟ ତାଙ୍କୁ ଟିକେଟ ମିଳିନଥିଲା I ବରଗଡ଼ ରେ ତାଙ୍କ ଲୋକପ୍ରିୟତା ଥିଲେ ମଧ୍ୟ ଧର୍ମେନ୍ଦ୍ର ଙ୍କୁ ନବୀନ ଙ୍କ ସହ ନିର୍ବାଚନ ଲଢ଼ିବା ଆହ୍ୱାନ ଦେବା ପରେ ତାଙ୍କୁ ଜାଣିଶୁଣି ଉପେକ୍ଷା କରାଯାଇଥିଲା I ଏହାପରେ ବାଧ୍ୟ ହେଇ ସୁବାଷ ଦଳ ଛାଡିଥିଲେ Iତେବେ ସୁବାଷ ଦଳ ଛାଡିବା ବରଗଡ଼ ରେ ବିଜେପି ପାଇଁ ମହଙ୍ଗା ପଡ଼ିବାକୁ ଯାଉଛି I

ସୁବାଷ ଙ୍କ ସହିତ ଥିବା ଜିଲ୍ଲାର ୯ଜଣ ଜିଲ୍ଲା ପରିଷଦ ସଭ୍ୟ ଆଜି ବିଜେପି ଛାଡ଼ିଛନ୍ତି। ଜିଲ୍ଲାର ଉପ-ସଭାପତି ପ୍ରଶାନ୍ତ କୁମାର ମାଝୀ ମଧ୍ୟ ଆଜି ବିଜେପି ରୁ ଇସ୍ତଫା ଦେଇଛନ୍ତି।ଦଳୀୟ ଟିକେଟ ବଣ୍ଟନ କୁ ନେଇ ସମସ୍ତେ ଅସନ୍ତୁଷ୍ଟ ଥିବା ଦର୍ଶାଇ ବିଜେପି ରୁ ଇସ୍ତଫା ଦେଇଛନ୍ତି I

Leave a Reply

Your email address will not be published. Required fields are marked *