ନବୀନ ଙ୍କ ଦାମ ଙ୍କୁ ଭୟ ,କୁଳମଣି ଙ୍କୁ ମିଳିଲାନି ଟିକେଟ ଦାମ ଙ୍କ ବିପକ୍ଷରେ ଏରସମା ରେ ପ୍ରାଥୀ ଘୋଷଣା ହେଇପାରୁନି

ଗତକାଲି ବିଜେଡି ର 18 ବିଧାନସଭା ପ୍ରାଥୀ ଘୋଷଣା ହେଇଥିବା ବେଳେ ସବୁଠାରୁ ଚର୍ଚିତ ଜଗତସିଂହପୁର ର ପାରାଦୀପ ରେ ଦାମ ଙ୍କ ପୁଅ ସମ୍ବିତ ଏବଂ ତିର୍ତୋଲ ରେ ବିଷ୍ଣୁ ଦାସ ଙ୍କ ନାମ ଘୋଷଣା ହେଇଥିବା ବେଳେ ପୂର୍ବରୁ ତିର୍ତୋଲ ବିଧାୟିକା ରାଜଶ୍ରୀ ଙ୍କୁ ସାଂସଦ ପ୍ରାଥୀ କରାଯାଇଥିଲା I ତେବେ ଦାମ ଙ୍କ ବିରୁଦ୍ଧରେ ନବୀନ ଙ୍କୁ ଫେରାଦ ହେଇଥିବା କୁଳମଣିଙ୍କୁ ଖୋଲାଖୋଲି ଚେତାବନୀ ଦେଇଥିଲେ ଦାମ ,କହିଥିଲେ କି ଆଉ ସେ ଜିତିବେନି ,ତାଙ୍କର ଲୋକପ୍ରିୟତା ନାହିଁ ,ସତକୁ ସତ ବିଜେଡି ପକ୍ଷରୁ ତାଙ୍କୁ ଟିକେଟ ମିଳିନାହିଁ I

ଅପରପକ୍ଷରେ ଦାମ ଏରସମା ରେ ଠିଆ ହେଉଥିବା ବେଳେ ତାଙ୍କ ବିପକ୍ଷରେ ଦଳ ଏଯାଏଁ ପ୍ରାଥୀ ଘୋଷଣା କରିପାରୁନି I ପ୍ରଶାନ୍ତ ଏଠାରୁ ବିଧାୟକ ଥିବାବେଳେ ଦାମ ତାଙ୍କୁ ଆଉ ବିଧାନସଭା ମାଟି ମଡେଇଦେବେନି ବୋଲି ଘୋଷଣା କରିଥିଲେ I ଯାହାକି ଏବେ ବିଜେଡି ଶିବିର ରେ ଭୟ ପଶିଥିବା ଚର୍ଚା ହେଉଛି I କିଏ ଠିଆ ହେବ ଦାମ ଙ୍କ ଵିପକ୍ଷରେ ?

Leave a Reply

Your email address will not be published. Required fields are marked *