ଏପ୍ରିଲ ୧ ରେ ଭାରତ କରିବାକୁ ଯାଉଚି ପୁଣି ଏକ ନୂଆ ମହାକାଶ ଅଭିଯାନ।

ମିଶନ୍‌ ଶକ୍ତିରେ ନିମ୍ନ ଭୂକକ୍ଷରେ ଅବସ୍ଥାପିତ ସ୍ୟାଟେଲାଇଟ୍‌କୁ ଧ୍ୱଂସ କରିବା ବିଷୟରେ ମୋଦି ଙ୍କ ଘୋଷଣା ତା ଆପଣ ମାନେ ଜାଣନ୍ତି।

ପରେ ବର୍ତ୍ତମାନ ଆଉ ଏକ ବଡ଼ ମହାକାଶ ମିଶନ୍‌ରେ ବାହାରିଛି ଭାରତ। ଆସନ୍ତା ଏପ୍ରିଲ୧ ତାରିଖରେ ପିଏସ୍‌ଏଲ୍‌ଭିର ଏଭଳି ଏକ ମିଶନ୍‌ରେ ନୂତନ ସ୍ୟାଟେଲାଇଟ୍‌ ଲଞ୍ଚ କରାଯିବ। ଏହି ଉତ୍‌କ୍ଷେପଣ କାର୍ଯ୍ୟକ୍ରମ ଅନ୍ୟ କିଛି କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିବ।

ଏହା ଏଭଳି ଏକ ଅନନ୍ୟ ମିଶନ୍‌ ଯେଉଁଥିରେ ଇସ୍ରୋ ସାଧାରଣ ଦର୍ଶକମାନଙ୍କୁ ଉତ୍‌କ୍ଷେପଣ ଦେଖିବାକୁ ନିମନ୍ତ୍ରଣ କରୁଛି। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ୩ଟି କକ୍ଷପଥରେ ସ୍ୟାଟେଲାଇଟ୍‌ ଅବସ୍ଥାପିତ କରାଯିବ, ଯାହାକି ପ୍ରଥମ ଥର ପାଇଁ ଘଟୁଛି। ଗୋଟିଏ ଥରରେ ୩ଟି କାମ ହୋଇପାରୁଥିବାରୁ ଏହା ଇସ୍ରୋର ଖର୍ଚ୍ଚକାଟ୍‌ରେ ମଧ୍ୟ ସହାୟକ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ କହିଛନ୍ତି।

Leave a Reply

Your email address will not be published. Required fields are marked *