ପ୍ରଥମରୁ ହଟହଟା ,କେନ୍ଦ୍ରାପଡା ରେ ଭାଙ୍ଗିପଡିଲା ମଞ୍ଚ, ଅଳ୍ପକେ ବର୍ତିଲେ ଅନୁଭବ ଏବଂ ପ୍ରତାପ

ଏବେ ସବୁଠି ଚର୍ଚ୍ଚା କେନ୍ଦ୍ରାପଡା ,କେନ୍ଦ୍ରାପଡା ରେ ଦେଖିବାକୁ ମିଳୁଛି ହାଇ ଭୋଲ୍ଟେଜ ଡ୍ରାମା I ଗୋଟେ ପଟେ ଦୁଇଥର ସାଂସଦ ହେଇଥିବା ବୈଜୟନ୍ତ ଲଢ଼ୁଥିବା ବେଳେ ଅନ୍ୟପଟେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି I ଦୁଇଜଣ ଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି I ଅନୁଭବ କେନ୍ଦ୍ରାପଡା ରେ ପହଁଚି ବଳଦେବ ଙ୍କୁ ସାକ୍ଷାତ କରି ନିଜ ପ୍ରଚାର ଆରମ୍ଭ କରିସାରିଲେଣି I

ଆଜି ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୁଆଣିଆଠାରେ ଏକ ସମାବେଶ ହେଉଥିଲା ଯେଉଁଥିରେ କି ଅନୁଭବ ଏବଂ ପୂର୍ବଥର ହାରିଥିବା ତଥା ବର୍ତମାନର ରାଜ୍ୟସଭା ସାଂସଦ ପ୍ରତାପ ଦେବ ଉପସ୍ଥିତ ଥିଲେ I କିନ୍ତୁ ମଞ୍ଚ ଟି ଭାଙ୍ଗିପଡ଼ିବାରୁ ଘଟଣା ସ୍ଥଳରେ ହୋ ହାଲ୍ଲା ହେଇଥିଲା କିନ୍ତୁ ସୌଭାଗ୍ୟ ବଶତଃ କାହାର କିଛି ଅସୁବିଧା ହେଇନି I ତେବେ ଏହାକୁ ନେଇ ଏବେ କେନ୍ଦ୍ରାପଡା ରେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି I ଯଦି ପ୍ରଥମରୁ ଅନୁଭବ ଏପରି ଝୁଣ୍ଟିଲେଣି ଆଗକୁ କିପରି ଟକ୍କର ଦେବେ ?

Leave a Reply

Your email address will not be published. Required fields are marked *