ବଳାତ୍କାର ଶିକାର ହେଇଥିବା ମହିଳା ନ୍ୟାୟ ନପାଇ ନବୀନ ନିବାସ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ

ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ନବୀନ ନିବାସ ଆଗରେ ଭିଡ ଲାଗି ରହିଛି ଟିକେଟ ପାଇଁ I ତେବେ ଗତକାଲି ନବୀନ ନିବାସ ସାମ୍ନା ରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା IବଳIତ୍କାର ର ଶିକାର ହେଇଥିବା ମହିଳାଙ୍କୁ ନ୍ୟାୟ ବଦଳରେ ନିର୍ଯାତନା ମିଳିଛି ,ତେବେ ଅଭିଯୋଗ ଆସିଛି ପୁଣି ଜଣେ ବିଧାୟକ ଙ୍କ ନାମରେ I ମହିଳା ଜଣଙ୍କ ବହୁଦିନ ଧରି ନ୍ୟାୟ ନପାଇବାରୁ ଶେଷରେ ବାଧ୍ୟ ହେଇ ଗତକାଲି ନବୀନ ନିବାସ କୁ ପ୍ରବେଶ କରିବାକୁ ଯାଇଥିଲେ ,ନିଜର ଦୁଃଖ ଶୁଣାଇବାକୁ କିନ୍ତୁ କେହି ଶୁଣିଲେନି ,ବରଂ ସୁରକ୍ଷାକର୍ମୀ ଙ୍କ ଦ୍ୱାରା ଅଟକ ହେବାକୁ ପଡିଛି I

ସୂଚନା ଅନୁଯାଇ ମୟୂରଭଞ୍ଜ ଜିଲା ଉଦଳା କୁକୁଡ଼ାଡିଆଁ ଗ୍ରାମର ଜୈନିକ ମହିଳା 2014 ମସିହାରେ ଉଦଳା ଆର୍‌ଏମ୍‌ସି ଅଫିସରେ ପିଅନ ଚାକିରି ରେ ନିଯୁକ୍ତି ପାଇବାକୁ ଜୈନିକ ବିଧାୟକ ଙ୍କୁ ବାରମ୍ବାର ସାକ୍ଷାତ କରିଥିଲେ ତେବେ ନିଯୁକ୍ତି କରାଇଦେବେ ବୋଲି କହି ମହିଳା ଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ନେଇଥିଲେ ବିଧାୟକ ଙ୍କ ସେକ୍ରେଟେରି ,ପରେ ନିଯୁକ୍ତି ହେଇନପାରିବାରୁ ମହିଳା ପ୍ରଶ୍ନ କରିବାରୁ ମହିଳାଙ୍କୁ ବିଧାୟକ ଏବଂ ତାଙ୍କ ସେକ୍ରେଟେରୀ ବଳାତ୍କାର କରିଥିବା ଅଭିଯୋଗ ଆଣିଥିଲେ ମହିଳା ଜଣଙ୍କ ,

ଘଟଣାର ତଦନ୍ତ ପରେ ଗିରଫ ହେଇଥିଲେ ମଧ୍ୟ ବିଧାୟକ ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା I ୟା ମଧ୍ୟରେ ସେକ୍ରେଟେରୀ ଜେଲରୁ ମୁକୁଳିଆସିଲେଣି ,କିନ୍ତୁ ମହିଳା ଙ୍କ କଥା କେହି ଶୁଣୁନାହାନ୍ତି I ଏହାକୁ ନେଇ ମହିଳା ଜଣଙ୍କ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ I ତେଣୁ ମହିଳା ଜଣଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖାକରିବାକୁ ନବୀନ ନିବାସ ଯାଇଥିଲେ ମଧ୍ୟ ଭିତରକୁ ନଛାଡ଼ିବାରୁ ବାଧ୍ୟ ହେଇ ଆତ୍ମହତ୍ୟା କରିବାକୁ ଧମକ ଦେବାରୁ ପୋଲିସ ଏବଂ ସୁରକ୍ଷାକର୍ମୀ ତାଙ୍କୁ ଅଟକ ରଖିଥିଲେ I

Leave a Reply

Your email address will not be published. Required fields are marked *