ବିଜେଡ଼ି ଛାଡିଲେ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି,ବିଜେପି ରେ ମିଶିପାରନ୍ତି

ଏବେ ଅଧିକାଂଶ ନେତା ଦଳ ଛାଡୁଥିବା ବେଳେ ବିଜେଡି ର ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ଉପ ସଭାପତି ରଘୁନାଥ ମହାନ୍ତି ଦଳ ଛାଡିଛନ୍ତି I ବିଜେଡି ରେ ଆଉ ନୈତିକତା ନାହିଁ ,ଦଳ ଏବେ ପଥଭ୍ରଷ୍ଟ ହେଇଯାଇଛି ବୋଲି ଅଭିଯୋଗ କରି ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମ ଙ୍କୁ ପଠାଇଦେଇଛନ୍ତି I ସୂଚନା ଥାଉ କି ଶ୍ରୀଯୁକ୍ତ ମହାନ୍ତି ଜଣେ ଟାଣୁଆ ନେତା ଥିଲେ 5ଥର ବିଧାୟକ ଥିଲେ କିନ୍ତୁ 2013 ମସିହାରେ ବୋହୁ ବର୍ଷାସୋନି ଯୌତୁକ ବିବାଦ ରେ ଫସି 2014 ରେ ପାଇନଥିଲେ କିନ୍ତୁ ପୁନର୍ଚ୍ଚ 2018 ରେ ଦଳରେ ତାଙ୍କର ଦଗଦମା ବଢିଥିଲା ଏବଂ ସେ ଉପ ସଭାପତି ହେଇଥିଲେ I ବାଲେଶ୍ୱର ଲଢ଼ିବାକୁ ଇଛା ରଖିଥିଲେ ମଧ୍ୟ ତାଙ୍କ ଟିକେଟ କାଟ ହେଉଛି ବୋଲି ଖବର ମିଳିବା ପରେ ଗତକାଲି ଉଠା ନିଗମ ଅଧ୍ୟକ୍ଷ ରୁ ଇସ୍ତଫା ଦେଇଥିଲେ ଏବଂ ଆଜି ବିଜେଡି ଛାଡିଛନ୍ତି I ଚର୍ଚ୍ଚା ହେଉଛି କି ସେ ବିଜେପି ରେ ସାମିଲ ହେଇପାରନ୍ତି ,ଅବଶ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଶ୍ରୀଯୁକ୍ତ ମହାନ୍ତି I

Leave a Reply

Your email address will not be published. Required fields are marked *