କାଳ ବୈଶାଖୀ ରେ ଚିରିଗଲା ଜଗା ର ପତିତପାବନ ବାନା,କଣ ସଂକେତ ଦେବାକୁ ଚାଁହୁଛି କାଳିଆ ?

ଗତ କାଲି ସନ୍ଧ୍ୟା(ରବିବାର ସନ୍ଧ୍ୟା) ରେ ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶା ରେ କାଳ ବୈଶାଖୀ ଦେଖିବାକୁ ମିଳିଥିଲା।ଅପରାହ୍ନ ରେ ଅଧିକାଂଶ ଜାଗା ରେ କାଳ ବୈଶାଖୀ ସହ ବର୍ଷା ମଧ୍ୟ ଲାଗି ରହିଥିଲା।ତେବେ ପୁରୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ,ପ୍ରବଳ ଝଡ ତୋଫାନ ଏବଂ ଧୂଳି ଝଡ଼ ଯୋଗୁ ପୁରୀ ଶ୍ରୀ ମନ୍ଦିର ର ପତିତ ପାବନ ବାନା ଚିରି ଯାଇଛି।ଏହା ସହିତ ପୁରୀ ର ଅନେକ ଗଛ ଓ ହୋଡିଂ ବୋର୍ଡ ସବୁ ଭାଙ୍ଗି ଯାଇ ତଳେ ପଡ଼ିଛି।

ବେଳାଭୂମି ଅଞ୍ଚଳ ରେ ବାଲି ଉଡି ସେଠାରେ ଜୀବନ ଯାତ୍ରା କୁ ଠପ୍ କରିଦେଇଥିଲା।ପୁରୀ ଷ୍ଟେସନ ରେ ଲାଗିଥିବା ୩୦ ଫୁଟ ଲମ୍ବ ର ଜାତୀୟ ପତାକା ମଧ୍ୟ ଚିରି ଯାଇଛି। କହିବାକୁ ଗଲେ ଗତକାଲି ପୁରୀରେ କାଳବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଥିଲା I ତେବେ ଜଗନ୍ନାଥ ଙ୍କ ବାନା ଚିରିବା ନେଇ ସବୁ ଭକ୍ତ ମାନଙ୍କ ମଧ୍ୟରେ ଆଶଙ୍କା ଦେଖିବାକୁ ମିଳିଛି I

ଏହାକୁ ଅଶୁଭ ସଂକେତ ବୋଲି କେହି କେହି କହିବାରେ ଲାଗିଥିବା ବେଳେ ଆଉ କେହି ଜଗନାଥ ଙ୍କ ଉପରେ ସବୁ ଛାଡିଦେଇଛନ୍ତି I

Leave a Reply

Your email address will not be published. Required fields are marked *