ପାଟକୁରାରୁ ବିଜୟ, ଭୁବନେଶ୍ବର ଉତ୍ତରରୁ ଅପରାଜିତା,ପୁରୀରୁ ଜୟନ୍ତ ,ଜାଣନ୍ତୁ ଆଉ କିଏ କେଉଁଠୁ

ପ୍ରାଥୀ ଘୋଷଣା ରେ ବିଜେପି ସବୁଠୁ ଆଗରେ ଥିବାବେଳେ ଆଜି ପୁଣି ଅବଶିଷ୍ଟ ଆସନ ପାଇଁ ମନୋନୀତ ପ୍ରାଥୀ ଙ୍କ ନାମ ଘୋଷଣା କରିଛି ବିଜେପି I ଏହିକ୍ରମରେ ଆଜି ୩ଟି ଲୋକସଭା ଆସନ ପାଇଁ ଭଦ୍ରକ ରୁ ବିଜେଡି ଛାଡି ବିଜେପି ରେ ସାମିଲ ହେଇଥିବା ସାଂସଦ ଅର୍ଜ୍ଜନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ପ୍ରାଥୀ କରାଯାଇଥିବା ବେଳେ , ଯାଜପୁର ପାଇଁ ଅମିୟ ମଲ୍ଲିକ ଏବଂ ମୟୁରଭଞ୍ଜ ପାଇଁ ବିଶ୍ବେଶ୍ବର ଟୁଡୁ ଟିକେଟ ମିଳିଛି I ସେହିପରି ୧୧ଟି ବିଧାନସଭା ଆସନ ପାଇଁ ମନୋନୀତ ପ୍ରାଥୀ ଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି I ନିକଟରେ ଘର ବାହୁଡା କରିଥିବା ବିଜୟ ମହାପାତ୍ର ଙ୍କୁ କେନ୍ଦ୍ରାପଡା ର ପାଟକୁରା ମିଳିଥିବା ବେଳେ ପୁରୀ ପାଇଁ ବିଜେଡି ଛାଡି ବିଜେପି ରେ ମିଶିଥିବା ଜୟନ୍ତ ଷଡ଼ଙ୍ଗୀ ,

ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ଅପରାଜିତା ମହାନ୍ତି,ଆନନ୍ଦପୁର-ଆଲୋକ ସେଠୀ,ମୋରଡ଼ା- ଡଃ କୃଷ୍ଣଚନ୍ଦ୍ର ମହାପାତ୍ର,ରାଇରଙ୍ଗପୁର- ନବଚରଣ ମାଝୀ,ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ,ନୀଳଗିରି- ସୁକାନ୍ତ ନାୟକ,,ବାଙ୍କୀ ପାଇଁ ଶୁଭ୍ରାଂଶୁ ଶେଖର ପାଢ଼ୀ,ଆଠଗଡ଼ ପାଇଁ ବ୍ରଜେନ୍ଦ୍ର ରୟ,ଙ୍କ ନାମ ଘୋଷଣା ହେଇଚି I

Leave a Reply

Your email address will not be published. Required fields are marked *