ପ୍ରାଥୀ ଘୋଷଣା ପରେ ଜଗତସିଂହପୁର ବିଜେଡ଼ି ଅଫିସ ଭଙ୍ଗାରୁଜା ସହିତ ପ୍ରଶାନ୍ତ ଙ୍କୁ ବିରୋଧ

ଗତକାଲି ବିଜେଡି ର 9ବିଧାନସଭା ପାଇଁ ପ୍ରାଥୀ ଘୋଷଣା ହେବାପରେ ଜଗତସିଂହପୁର ରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି I ବାଲିକୁଦା -ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କୁ ସୁରକ୍ଷିତ ଆସନ ଜଗତସିଂହପୁର ଦିଆଯାଇଥିବା ବେଳେ ,ଜଗତସିଂହପୁର ପାଇଁ ଆଶାୟୀ ପ୍ରାଥୀ ଅମରେନ୍ଦ୍ର ଦାସ ଙ୍କୁ ନିରାଶା ହେବାକୁ ପଡିଥିଲା I ଫଳରେ ଅମରେନ୍ଦ୍ର ଙ୍କ ସମର୍ଥକ ମାନେ ଜଗତସିଂହପୁର ଜିଲ୍ଲା ଅଫିସ ରେ ପଶି ଭଙ୍ଗାରୁଜା କରିବା ସହିତ ଦଳୀୟ ପୋଷ୍ଟର ଚିରିଦେଇଛନ୍ତି

I କେବଳ ଜଗତସିଂହପୁର ନୁହେଁ ଭୁବନେଶ୍ୱର ସାମ୍ନା ରେ ମଧ୍ୟ ସମର୍ଥକ ମାନେ ହୋ ହାଲ୍ଲା ସହିତ ନାରାବାଜି ଦେଇଥିଲେ I ସେହିପରି ବିଧାୟକ ପ୍ରାଥୀ ପ୍ରଶାନ୍ତ ଙ୍କୁ ତୀବ୍ର ବିରୋଧ କରାଯିବା ସହିତ ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଶ୍ରୀଯୁକ୍ତ ଦାସ ଙ୍କ ସମର୍ଥକ ମାନେ I

Leave a Reply

Your email address will not be published. Required fields are marked *