ଭରଷା ପାଇଲାନି ବିଧାୟକ ପ୍ରଶାନ୍ତ ଙ୍କ ଉପରେ ,ଦାମ ଙ୍କ ସହିତ ଲଢ଼ିବେ ରଘୁନନ୍ଦନ

ସବୁଠାରୁ ଚର୍ଚ୍ଚା ରେ ଥିବା ବାଲିକୁଦା ଏରସମା ରେ ବିଜେଡି ରୁ କିଏ ହେବ ପ୍ରାଥୀ ,ତାହା ଉପରେ ସମସ୍ତଙ୍କ ନଜର ରହିଥିଲା I ବିଜେଡି ରୁ ଯିବା ପରେ ଏରସମା ରେ ବିଜେପି ପକ୍ଷରୁ ପ୍ରାଥୀ ହେଇଥିବା ଦାମ ଙ୍କୁ ଟକ୍କର ଦେବା ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା I ଅନ୍ୟପଟେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କୁ ଆଉ ବିଧାନ ସଭା ପୁରେଇ ଦେବେନି ବୋଲି ଦାମ ଚେତାବନୀ ଦେଇଥିଲେ I ତେବେ ଗତକାଲି ବିଜେଡି ର ପ୍ରାଥୀ ଘୋଷଣା ହେଇଚି ,ଦୁଇଥର ବିଧାୟକ ଥିବା ପ୍ରଶାନ୍ତ ଙ୍କୁ ଦଳ ଭରଷା କରିପାରିନି ,ତାଙ୍କୁ ଜଗତସିଂହପୁର ରୁ ପ୍ରାଥୀ କରାଇ ଦାମ ଙ୍କ ବିରୁଦ୍ଧରେ ରଘୁନନ୍ଦନ ଙ୍କୁ ମନୋନୀତ କରାଯାଇଛି I ସୂଚନା ଥାଉ କି ୨୦୦୯ରେ ରଘୁନନ୍ଦନ ବିଜେଡି ଟିକେଟ ନପାଇ ଦଳ ଛାଡି ଥିଲେ , ୨୦୧୪ ନିର୍ବାଚନରେ ସ୍ୱାଧୀନ ଲଢ଼ି ହାରିଥିଲେ ,ଏବେ ୨୦୧୯ ପାଇଁ ବିଜେପି ମିଶିଥିଲେ , ଟିକେଟ ନପାଇ ପୁଣି ବିଜେପି ଛାଡି ବିଜେଡି ରେ ମିଶିଛନ୍ତି ଏବଂ ଟିକେଟ ପାଇଛନ୍ତି I

ଅପରପକ୍ଷରେ ସାଂସଦ କୁଳମଣି ଙ୍କୁ ମଧ୍ୟ ଦାମ ଖୋଲାଖୋଲି ଚାଲେଞ୍ଜ ଦେଇଥିଲେ ,କିନ୍ତୁ ଦଳ ତାଙ୍କୁ ପ୍ରାଥୀ କରିନି ବରଂ ତାଙ୍କ ବଦଳରେ ତିର୍ତୋଲ ବିଧାୟିକା ରାଜଶ୍ରୀ ଙ୍କୁ ଟିକେଟ ମିଳିଥିଲା I

Leave a Reply

Your email address will not be published. Required fields are marked *