ବରଗଡ଼ ରେ ବିଜେଡି କର୍ମୀଙ୍କ ଡଷ୍ଟର ଗାଡିରୁ ଜବତ ହେଲା ୧୨ଲକ୍ଷ ଟଙ୍କା

ଲାଗୁ ହେଇଚି ଆଚରଣ ବିଦ୍ଧି ନିୟମ I ନିର୍ବାଚନ ମୁଣ୍ଡଉପରେ ଥିବାରୁ କୌଣସି ବି ଦଳ ଟଙ୍କା ଦେଇ ଭୋଟର ଙ୍କୁ ପ୍ରଭାବିତ କରିପାରିବ ନାହିଁ I ତେବେ ଆଜି ବରଗଡ ଭଟଲି ବଉଳସିଂହା ନିକଟରୁ ଏକ ଡଷ୍ଟର ଗାଡ଼ିରୁ 12ଲକ୍ଷ ଟଙ୍କା ଜବତ କରାଯାଇଛି I ଫ୍ଲାଇଂ ସ୍କ୍ବାର୍ଡ ନିଜେ ଏହି ଟଙ୍କାକୁ ଜବତ କରିଛି I ତେବେ ଗାଡିର ମାଲିକ ପ୍ରେମ ପଟେଲ ଏବଂ ସେ ଜଣେ ବିଜେଡି ନେତା ବୋଲି ପ୍ରାଥମିକ ପର୍ଯ୍ୟାୟ ରୁ ଜଣାପଡ଼ିଥିବା ବେଳେ ଏତେ ପରିମାଣର ଟଙ୍କା କାହିଁକି ଏବଂ କେଉଁଆଡେ ନେଉଥିଲେ ତାହାର ତଦନ୍ତ ଚାଲିଛି I

ଜବତ ସମୟରେ ସେ ଗାଡ଼ିରେ ଉପସ୍ଥିତ ନଥିଲେ ତାଙ୍କ ମ୍ୟାନେଜର ଥିଲେ I ଅପରପକ୍ଷରେ ପ୍ରେମ ପଟେଲ କହିଛନ୍ତି କି ଜବତ ହେଇଥିବା ଟଙ୍କା ତାଙ୍କ ପେଟ୍ରୋଲ ପମ୍ପର ଯାହାକି ପେଟ୍ରୋଲ ପମ୍ପ ମ୍ୟାନେଜର ବ୍ୟାଙ୍କ ଜମା କରିବାକୁ ଯାଉଥିବା ସମୟରେ ଜବତ ହେଇଚି I ଘଟଣାର ତଦନ୍ତ ଚାଲିଛି I

Leave a Reply

Your email address will not be published. Required fields are marked *