ସମ୍ବିତ ଙ୍କ ପ୍ରଚାର କୁ ନେଇ ହୀନ ରାଜନୀତି , କାଠ ଚୁଲା କୁ ନେଇ ଗୁମର ଖୋଲିଲେ ମାଉସୀ

ପୁରୀ ଲୋକସଭା ପାଇଁ ବିଜେପି ର ଜାତୀୟ ପ୍ରବକ୍ତା ସମ୍ବିତ ପତ୍ର ପ୍ରାଥୀପତ୍ର ଦାଖଲ କରିବା ପରେ ଜୋରଦାର ପ୍ରଚାର କରିସାରିଲେଣି I ଗାଁ ଗାଁ ବୁଲି ଲୋକଙ୍କ ସହିତ ମିସୁଛନ୍ତି ,ଟ୍ୱିଟର ଏବଂ ଫେସବୁକ ରେ ଭିଡିଓ ଏବଂ ଫଟ ଶେୟାର କରୁଛନ୍ତି I ଏହିକ୍ରମରେ କିଛିଦିନ ତଳେ ପୁରୀ ପିପିଲି ରେ ଏକ ପ୍ରଚାର କରୁଥିବା ସମୟରେ ଜଣେ ମାଉସୀ ଙ୍କ ଘରେ କିଛି ଖାଉଥିବାର ଫୋଟ ଟ୍ୱିଟର ରେ ଛାଡିବା ପରେ ବିବାଦ ଉପୁଜିଥିଲା

ଏବଂ ଫୋଟୋ ରେ ମାଉସୀ ରୋଷେଇ କରୁଥିବା ଚୁଲା କୁ ନେଇ ପ୍ରଶ୍ନ ଉଠିଥିଲା କି ଗ୍ୟାସ ବଦଳରେ ବୁଢ଼ୀ ମାଉସୀ କାହିଁକି ଚୁଲ୍ଲା ଲଗେଇଛନ୍ତି ,ଏପରିକି ଅଧିକାଂଶ ଗଣମାଧ୍ୟମ ବିନା କୌଣସି ଖୋଳତାଡ଼ ରେ ପ୍ରକାଶ କରିଦେଲେ ଯେ ସମ୍ବିତ ମୋଦିଙ୍କ ପୋଲ ଖୋଲିଦେଇଛନ୍ତି

I ଉଜ୍ଜଳା ବିଫଳ ,ତେବେ ଏନେଇ ମାଉସୀ ଜଣଙ୍କ ମୁଁହ ଖୋଲିଛନ୍ତି କହିଛନ୍ତି ଯେ ସେ ଗ୍ୟାସ ପାଇଛନ୍ତି ଏବଂ ଘରେ ଅଛି ସେଥିରେ ବୋହୁ ରୋଷେଇ କରୁଛି ,ସେ ବୁଢ଼ୀଲୋକ ତାଙ୍କୁ ଗ୍ୟାସ ଲଗେଇ ଆସେନି ,ଡର ଲାଗେ ସେଥିପାଇଁ ଚୁଲି ରେ ଟିକିଏ ରୋଷେଇ କରି ସମ୍ବିତ କୁ ପିଠା ଏବଂ ମଟର ତରକାରୀ ଖୁଆଇ ଦେଇଥିଲେ I

One Comment on “ସମ୍ବିତ ଙ୍କ ପ୍ରଚାର କୁ ନେଇ ହୀନ ରାଜନୀତି , କାଠ ଚୁଲା କୁ ନେଇ ଗୁମର ଖୋଲିଲେ ମାଉସୀ”

Leave a Reply

Your email address will not be published. Required fields are marked *