ସରୋଜ ,ସତ୍ୟଜିତ ଙ୍କ ଉପରେ ଭରଷା କରିପାରିଲେନି ସୁପ୍ରିମ ,ମହେଶ ଙ୍କୁ ଢେଙ୍କାନାଳ ଲୋକସଭା ଟିକେଟ

ଢେଙ୍କାନାଳ ରୁ ବରିଷ୍ଠ ନେତା ତଥାଗତ ଶତପଥୀ ବିଜେଡି ଛାଡିବା ପରେ ,ଏହି ଆସନ କୁ ଝୁଲାଇ ରଖିଦିଆଯାଇଥିଲା I ସମସ୍ତଙ୍କ ନଜର ରହିଥିଲା ଏହି ଆସନ ଉପରେ I ଢେଙ୍କାନାଳ ର ବିଧାୟକ ସରୋଜ ସାମଲ ,ସୁଧୀର ସାମଲ ,ପ୍ରଫୁଲ୍ଲ ମଲ୍ଲିକ ଏବଂ ସତ୍ୟଜିତ ଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ସୁଧୀର ଏବଂ ପ୍ରଫୁଲ୍ଲ ଙ୍କୁ ବିଧାୟକ ଟିକେଟ ମିଳିଥିଲା I ଫଳରେ ସରୋଜ ଏବଂ ସତ୍ୟଜିତ ପ୍ରମୁଖ ଦାବିଦାର ଥିଲେ ,ତେବେ ଦୁହିଁଙ୍କୁ ନିରାଶ ହେବାକୁ ପଡିଛି I ସୁପ୍ରିମ ଦୁହିଁଙ୍କ ଉପରେ ବିଶ୍ୱାସ କରିପାରିନାହାନ୍ତି I ପାଲଲହଡା ବିଧାୟକ ମହେଶ ଙ୍କୁ ଢେଙ୍କାନାଳ ଲୋକସଭା ପାଇଁ ଶେଷରେ ଟିକେଟ ଦେଇଛନ୍ତି ସୁପ୍ରିମ I

Leave a Reply

Your email address will not be published. Required fields are marked *