ଠିକ୍‌ ସମୟରେ ପାସପୋର୍ଟ ନ ମିଳିବାରୁ ଆପଣ ଚୌକିଦାର ନୁହନ୍ତି ବୋଲି ଲେଖିଲେ ଯୁବକ, ସୁଷମା ସ୍ୱରାଜ କଲେ ଏଭଳି କାମl

ବିଦେଶମନ୍ତ୍ରି ସୁଷମା ସ୍ବରାଜ ଙ୍କୁ ପୁଣି ଥରେ ଟୁଇଟ ରେ ସମାଲୋଚନା ର ଶିକାର ହେବାକୁ ପଡ଼ିଛି। କିନ୍ତୁ ସବୁଠାରୁ ଭଳି ସେ ଏଥର ମଧ୍ୟ ଧର୍ଯ୍ୟ ର ସହ ପରିସ୍ଥିତି କୁ ସମ୍ଭଳିଥିବା ଦେଖା ଯାଇଛି। ଯେଉଁଥିପାଇଁ ସେ ଲୋକମାନଙ୍କ ଆଗରେ ପ୍ରଶଂସା ର ପାତ୍ର ହୋଇ ପାରିଛନ୍ତି।

ସୂଚନା ମୁତାବକ ଜଣେ ଯୁବକ ସୁଷମା ଙ୍କୁ ଟ୍ୟାଗ୍ କରି କହିଛନ୍ତି, ଆପଣ ଚୌକିଦାର ନୁହନ୍ତି। ଆପଣଙ୍କ ପାଇଁ ମୋତେ ଠିକ୍ ସମୟରେ ପାସପୋର୍ଟ ମିଲିପରିଲା ନାହିଁ। ଏଥି ପାଇଁ ମୋ କ୍ୟାରିୟର ମୋ ହାତରୁ ଚାଲିଗଲା ବୋଲି ଲେଖିଥିଲେ। ଏହାର ଜବାବ୍ ଦେଇ ସୁଷମା ଆଉ ଏକ ଜବାବ୍ ମଧ୍ୟ ଦେଇଥିଲେ।

ଏହାର ଜବାବ୍ ରେ ରେ ସେ ଆଉ ଏକ ଟୁଇଟ ରେ କହିଥିଲେ ଯେ, ” ଧନ୍ୟବାଦ୍! ମୋତେ ଏତେ ପ୍ରଶଂସା କରିଥିବାରୁ ମୋ ଅଫିସ୍ ତରଫ ରୁ ଆଜି ତୁମ ସହ ସମ୍ପର୍କ କରାଯିବ ଓ ପାସପୋର୍ଟ ପାଇବାରେ ତୁମକୁ ସାହାଯ୍ୟ କରାଯିବ” । ଏହା ଦେଖି ସୁଷମା ଙ୍କ ଅତିରିକ୍ତ ସଚିବ ଆଉ ଏକ ଟୁଇଟ କରି ପାସପୋର୍ଟ ପାଇବାରେ ବିଳମ୍ବ ହେଉଥିବା କାରଣ ଜଣାଇଥିଲେ।

ଏହି ଟୁଇଟ ରେ ” ମାର୍ଚ୍ଚ ୧୩ ରେ ଯୁବକ ଜଣକ ଠିକ୍ ଠିକଣା ନଦେଇ ସାମାନ୍ୟ ପାସପୋର୍ଟ ପାଇଁ ଆବେଦନ କରିଥିଲେ। ଏହା ପରେ ମାର୍ଚ୍ଚ ୨୦ ରେ ସମ୍ପୂର୍ଣ ଠିକଣା ର ବିବରଣୀ ଦେଇଥିଲେ। ଯାହା ପରେ ପରେ ତାଙ୍କ ରିପୋର୍ଟ୍ କୁ ପୋଲିସ ଯାଞ୍ଚ୍ ପାଇଁ ପଠାଯିବା ସହ ରିପୋର୍ଟ୍ ଅପେକ୍ଷା ରେ ଆମେ ଅଛୁ ବୋଲି ଲେଖା ଯାଇଥିଲା। ଏତେ ସବୁ ମଧ୍ୟରେ ଯୁବକ ଙ୍କ ଟୁଇଟ ଏବଂ ତାଙ୍କ ଆକାଉଣ୍ଟ୍ ଟୁଇଟ ରେ ଉଭାନ ହୋଇଯାଇଥିବା ଦେଖାଯାଇଛି।

Leave a Reply

Your email address will not be published. Required fields are marked *