ନବୀନ ନିବାସ ରେ ଲେଖାଶ୍ରୀ ଏବଂ ସମୀର ମହାନ୍ତି ,ଜାଣନ୍ତୁ କାହିଁକି

ନବୀନ ନିବାସ ରେ ବିଜେପି ର ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ ସମୀର ମହାନ୍ତି ଙ୍କ ସହିତ ଏକ ଦଳ ପହଁଚିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଇଥିଲେ ,ଲେଖାଶ୍ରୀ ଏବଂ ନବୀନ ଙ୍କ ଭିତରେ ତ କିଭଳି ସମ୍ପର୍କ ଆପଣ ଭଲକି ଜାଣିଛନ୍ତି ,ରାତି ପାହିଲେ ବିଜେଡି ବିରୁଧରେ ଅନର୍ଗଳ ଗପିଥାନ୍ତି ଲେଖାଶ୍ରୀ ,ହଠାତ ନବୀନ ନିବାସ ରେ ତାଙ୍କୁ ଦେଖି ସମସ୍ତେ ଚମକିପଡ଼ିଥିଲେ ଏବେ ତ ସହଜରେ ଦଳ ଡିଆଁ ଚାଲିଛି କେତେବେଳେ କଣ ହେବ କହିହେଉନି I ତେବେ କଥା ସେମିତି ନୁହେଁ ଆଜ୍ଞା ଯେମିତି ଆପଣ ଭାବୁଛନ୍ତି I

କଥା କଣ କି ସାରସକଣା ଆସନ ପାଇଁ ବିଜେପି ତରଫରୁ ଭୂଦାନ ମୁର୍ମୁ ପ୍ରାଥୀ ହେଇଥିବା ବେଳେ ସେ ଜଣେ ସରକାରୀ କାର୍ଯ୍ୟରତ ଡାକ୍ତର I ଗତ ଅକ୍ଟୋବର ମାସରୁ ସେ ନିଜର ଇସ୍ତଫା ଦେଇ ସାରିଥିଲେ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରାଯାଉନାହିଁ ,ତେଣୁ ତାଙ୍କ ଇସ୍ତଫା କୁ ଗ୍ରହଣ କରିବାକୁ ନବୀନ ଙ୍କୁ ସାକ୍ଷାତ କରି ଲେଖାଶ୍ରୀ ଆଲୋଚନା କରିଛନ୍ତି I

Leave a Reply

Your email address will not be published. Required fields are marked *