ଧାରଣା ରେ ବସିଥିବା ବିଜେପି ନେତା ଏବଂ ଲେଖାଶ୍ରୀ ଙ୍କ ଅତିଥି ଚର୍ଚ୍ଚା କଲେ ନବୀନ

ଗତକାଲି ନବୀନ ନିବାସ ରେ ଦେଖିବାକୁ ମିଳିଥିଲା ବିଜେପି ର ନେତୃବୃନ୍ଦ ଙ୍କ ସହିତ ଲେଖାଶ୍ରୀ ଙ୍କୁ I ନବୀନ ନିବାସ ରେ ଲେଖାଶ୍ରୀ ଙ୍କୁ ଦେଖିବା ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହେଇଯାଇଥିଲା କିଛିସମୟ ପାଇଁ ,ତେବେ ପରେ ଘଟଣା ବାବଦରେ ଜଣାପଡିବା ପରେ ଅବସ୍ଥା ସ୍ୱାଭାବିକ ହେଇଥିଲା I ମୟୁରଭଞ୍ଜ ଜିଲ୍ଲା ସାରସକଣା ଆସନ ପାଇଁ ବିଜେପି ର ପ୍ରାର୍ଥୀ ଡାକ୍ତର ଭୁଦାନ ମୁର୍ମୁ ଦୀର୍ଘ 6ମାସ ତଳେ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫା କୁ ଗ୍ରହଣ କରାଯାଇନଥିଲା I ଫଳରେ ଗତକାଲି ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିବାକୁ ଲେଖାଶ୍ରୀ ଏବଂ ବିଜେପି ନେତା ନବୀନ ନିବାସ ଯାଇଥିଲେ ମଧ୍ୟ I

ନବୀନ ଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିନଥିଲା I ଲେଖାଶ୍ରୀ ଙ୍କୁ ବାହାରେ ଅପେକ୍ଷା କରିବାକୁ ପଡିଥିଲା ,ସେପଟେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ କୁ ପ୍ରଚାର ପାଇଁ ଚାଲିଯାଇଥିଲେ I ମୁଖ୍ୟମନ୍ତ୍ରୀ ଙ୍କ ସାକ୍ଷାତ ନପାଇ ବିଜେପି ନେତା ସେହି ସ୍ଥାନରେ ଧାରଣାରେ ବସିରହିଥିଲେ I

ତେବେ ସବୁଠୁ ଆଶ୍ଚର୍ଯ୍ୟ ଲାଗିଥିଲା ଯେ ଲେଖାଶ୍ରୀ ଙ୍କ ସମେତ ବିଜେପି ନେତାଙ୍କୁ ନବୀନ ନିବାସ ରେ ଅତିଥି ଚର୍ଚା କରାଯାଇଥିଲା ପ୍ରବଳ ଖରାରୁ ବର୍ତ୍ତିବା ପାଇଁ ଥଣ୍ଡା ସର୍ବତ ରେ I

ଯଦିଓ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିଲେ ,ତଥାପି ତାଙ୍କ ପ୍ରତିନିଧି ମାନଙ୍କ ଦ୍ୱାରା ବିରୋଧୀ ନେତା ଏବଂ ନେତ୍ରୀ ଙ୍କୁ ଏପରି ଅତିଥି ଚର୍ଚ୍ଚା ସବୁଆଡେ ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିବାରେ ଲାଗିଛି I ତେବେ ଆଜି ମୁର୍ମୁ ଙ୍କ ଇସ୍ତଫା ପତ୍ର ଗୃହୀତ ହେଇ ଏକ ସୂଚନା ଦିଆଯାଇଛି I

Leave a Reply

Your email address will not be published. Required fields are marked *