ବିଜେଡି ଛାଡିଲେ ଲୋକପ୍ରିୟ ଅଭିନେତା ତଥା ବିଜେଡି ଷ୍ଟାର ପ୍ରଚାରକ ସାତ୍ତ୍ୱକି ମିଶ୍ର

ଅଭିନୟ ଜଗତରେ ଲୋକପ୍ରିୟତା ସାଉଁଟିଥିବା ଅଭିନେତା ସାତ୍ତ୍ୱକି ମିଶ୍ର ,ପିଲାଦିନରୁ ବିଜୁବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଇଥିଲେ ,ସେଥିପାଇଁ ୨୦୦୯ ମସିହାରେ ବିଦ୍ଧିବଦ୍ଧ ଭାବରେ ବିଜେଡି ରେ ଯୋଗ ଦେଇଥିଲେ I ଦଳର ତାରକା ପ୍ରଚାରକ ଭାବେ ସେ ତାଙ୍କ କାର୍ଯ୍ୟ ତୁଲାଇଥିଲେ ମଧ୍ୟ 2009 ରୁ ଏପର୍ଯ୍ୟନ୍ତ କୌଣସି ପଦବୀ ପାଇଁ ଆଶା କରିନାହାନ୍ତି କିମ୍ବା ଅନୁରୋଧ କରିନାହାନ୍ତି I କେବଳ ବିଜୁ ବାବୁଙ୍କୁ ଭଲ ପାଉଥିଲେ ସେଥିପାଇଁ ଯୋଗ ଦେଇଥିଲେ

I କିନ୍ତୁ ସାମ୍ପ୍ରତିକ ପରିସ୍ଥିତି ରେ ବିଜେଡି ରେ ଆଉ ନୈତିକତା ନାହିଁ, ଦଳ ଏବେ ବିଶୃଙ୍ଖଳିତ ହେଇଯାଇଛି I କେହି କାହା କଥା ଶୁଣୁନାହାନ୍ତି ,ଯେ ଯାହା ଇଛା ସେୟା କରୁଛି I ତେଣୁ ଏଭଳି ପରିସ୍ଥିତି ରେ ସେ ଆଉ ବିଜେଡି ରେ ରହିବା ପସନ୍ଦ କରିନାହାନ୍ତି ,ଦଳର ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେବା ସହିତ ବିଜେଡି ଛାଡିଛନ୍ତି I ଏନେଇ ନିଜର ଇସ୍ତଫା ପତ୍ର ସେ ଦଳର ସୁପ୍ରିମ ଙ୍କୁ ପଠାଇ ଦେଇଛନ୍ତି I ଏପରିକି ଅନ୍ୟ କୌଣସି ଦଳରେ ସେ ସାମିଲ ହେବେ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି I

Leave a Reply

Your email address will not be published. Required fields are marked *