ଆମ୍ବୁଲାନ୍ସ ନଆସିବାରୁ ନିଜ ପ୍ରଚାର ଗାଡ଼ିରେ ଗୁରୁତର ଙ୍କୁ ହସ୍ପିଟାଲ ନେଇଗଲେ ବିଜେଡି ନେତା

ପାଖେଇ ଆସୁଛି ନିର୍ବାଚନ I ପୁରା ରାଜନୀତି ପାଣିପାଗ ଉଷ୍ମ I ସମସ୍ତ ପ୍ରାଥୀ ଏବେ ମୈଦାନ ରେ I ତେବେ ଚିତ୍ରକୋଣ୍ଡା ରେ ଦେଖିବାକୁ ମିଳିଛି ଏକ ଚକିତ ଜନକ ଦୃଶ୍ୟ I ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକା ନିର୍ବାଚନ ପାଇଁ ପ୍ରଚାର କରୁଥିବା ସମୟରେ ,ଅଳ୍ପ ଦୂରତାରେ ଏକ ଦୁର୍ଘଟଣା ଘଟିଯାଇଥିଲା I ଏକ ବାଇକ ଦୁର୍ଘଟଣା ରେ ଦୁଇଜଣ ଗୁରୁତର ଆହତ ହେଇ ସାହାଯ୍ୟ ପାଇଁ ଆକୁଳ ଚିତ୍କାର କରୁଥିଲେ I

ଶ୍ରୀଯୁକ୍ତ ବାକା ପ୍ରଚାର ରୁ ବାହାରି ସେଠାକୁ ଯାଇ ,ପ୍ରଥମେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ କିନ୍ତୁ ବିଳମ୍ବ ହେବାରୁ ନିଜ ପ୍ରଚାର କୁ ସ୍ଥଗିତ ରଖି ନିଜ ପ୍ରଚାର ଗାଡ଼ିରେ ଗୁରୁତର ଙ୍କୁ ନିକଟସ୍ତ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ I ଯାହାକି ଏବେ ସବୁଆଡେ ଚର୍ଚ୍ଚା ହେବାରେ ଲାଗିଛି I ଆଗ ମାନବିକତା ପରେ ପ୍ରଚାର ର ବାର୍ତ୍ତା ଦେଇଥିବା ପୂର୍ଣ୍ଣଚନ୍ଦ୍ର ଙ୍କୁ ସବୁଆଡୁ ପ୍ରସଂଶା ର ସୁଅ ଛୁଟିବାରେ ଲାଗିଛି I

Leave a Reply

Your email address will not be published. Required fields are marked *