ବୈଜୟନ୍ତ ପଣ୍ଡାଙ୍କ ଗୁପ୍ତ କଥା ଯାହା ଆପଣ ଜାଣିନଥିବେ

ଓଡ଼ିଶାରେ ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ହଠାତ ଏକ ପରିବର୍ତନ ର ନାରା ଦେଇ ସବୁଆଡେ ଚର୍ଚିତ ହେଇଥିବା ବୈଜୟନ୍ତ ଙ୍କ ବିଷୟରେ ସମସ୍ତଙ୍କ ଉତ୍ସାହ I ଯଦିଓ ସମସ୍ତେ ଜାଣିଛନ୍ତି ଯେ ସେ କେନ୍ଦ୍ରାପଡା ର ସାଂସଦ ଥିଲେ ଏବଂ ବିଜେଡି ସହିତ ଅତି ଘନିଷ୍ଠ ସମ୍ପର୍କ ଥିଲା ଆଜି ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ଯାହା ଆପଣ ଜାଣିନଥିବେ I ବୈଜୟନ୍ତ ପଣ୍ଡାଙ୍କ ଜନ୍ମ 12 ଜାନୁଆରୀ 1964 ମସିହାରେ କଟକରେ ହୋଇଥିଲା ତାଙ୍କ ବାପାଙ୍କ ନାଁ ବଂଶୀଧର ପଣ୍ଡା ଏବଂ ମାଙ୍କ ନାଁ ଇଲା ପଣ୍ଡା I ତାଙ୍କ ମା ପୂର୍ବତନ ସାଂସଦ ଥିଲେ ଏବଂ ରାଜ୍ୟସଭାରେ ଓଡିଶା ପାଇଁ ପ୍ରତିନିଧିତ୍ବ କରୁଥିଲେ I

ମିସିଗାନ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟରୁ ଯନ୍ତ୍ର ଶିକ୍ଷା ଏବଂ ପରିଚାଳନା (Engineering & Management) ବିଷୟରେ ଇଞ୍ଜିନିଅରିଂ ଓ ମ୍ୟାନେଜେମେଣ୍ଟ ଡିଗ୍ରୀ ହାସଲ କରିଥିଲେ I ସେ ରାଜନୀତିରେ ଯୋଗଦେବା ପୂର୍ବରୁ ସେ କର୍ପୋରେଟର ସେକ୍ଟରରେ କାମ କରୁଥିଲେ I ସେ ଏରୋପ୍ଲେନେରେ ଯାତ୍ରା କରୁଥିବା ସମୟରେ ତାଙ୍କର ସାକ୍ଷାତ ଜାଗି ମଙ୍ଗତ ପଣ୍ଡାଙ୍କ ସହ ହୋଇଥିଲା ତାପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା I

13 ଅଗଷ୍ଟ 1994 ମସିହାରେ ସେ ଜଗି ମଙ୍ଗତ ପଣ୍ଡାଙ୍କୁ ବିବାହ ମଧ୍ୟ କରିଥିଲେ I ଯିଏ ବର୍ତ୍ତମାନ ଓଟିଭି ,ଓରଟେଲ ମ୍ୟାନେଜେମେଣ୍ଟ କମ୍ୟୁନିକେସନର ଏମ.ଡି ଅଛନ୍ତି Iସେ ବିଜୁ ପଟନାୟକ ଓ ନବୀନ ପଟନାୟକଙ୍କୁ ନିଜର ଆଦର୍ଶ ଭାବି ବିଜେଡି ରେ ଯୋଗ ଦେଇଥିଲେ , କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ଟିକେଟରେ ବିଜୟ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏହାପରେ ସେ 2002-2009 ଯାଏ ପରୋକ୍ଷ ଭାବରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ I

ସେ ସି.ଏ.ଏ.ଏମ.ର ସଦସ୍ୟ ଥିଲେ ଯୁବସାଂସାଦ ମାନଙ୍କୁ ନେଇ ଗଠିତ ଏଇ ଗୋଷ୍ଠୀର ଲକ୍ଷ ଥିଲା ଲୋକଙ୍କ ଭିତରେ ସଚେତନ ସୃଷ୍ଟି କରିବା I ବୈଜୟନ୍ତ ପଣ୍ଡା ଭାରତରେ ତମ୍ବାଖୁ ସେବନ କମେଇବା ପାଇଁ ମଧ୍ୟ ପ୍ରଚାର କରିଥିଲେ ସେ ଲୋକସଭାରେ ତମ୍ବାଖୁ ବିରୋଧରେ ଏକ ଚିଠା ଆଣିଥିଲେ I ସେହି ଚିଠାରେ ତମ୍ବାଖୁ ପ୍ୟାକେଟର ଉଭୟ ପାର୍ଶ୍ଵର ହେଲଥ ୱାର୍ନିଙ୍ଗର ସାଇଜକୁ ବଡ କରିବାର ପ୍ରସ୍ତାବ ଥିଲା I ଆଉ ଯେଉଁଠି ଟୋବାକୋ ବିକ୍ରି ହେଉଛି ସେଠି ବିଜ୍ଞାପନ ଲଗାଇବାର ପ୍ରସ୍ତାବ ମଧ୍ୟ ଆଣିଥିଲେ I

ଏହା ବ୍ୟତୀତ ଆନ୍ଧ୍ରର ଇଟା ଭାଟିରେ କାମ କରୁଥିବା ଓଡ଼ିଆ ଶ୍ରମିକ ମାନଙ୍କ ଉପରେ ଅତ୍ୟାଚାର ହୋଉଥିବା ଶୁଣି ସେ ଏନ.ଏ.ଆର.ସି କୁ ଚିଠି ଲେଖିଥିଲେ I ତା ପରେ ସେ ଆନ୍ଧ୍ରରେ ପହଂଚି ଶ୍ରମୀଙ୍କ ମାନଙ୍କର କଥା ବୁଝି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ ଯାହା 31 ଅଗଷ୍ଟ 2016 ମସିହାରେ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ହୋଇଥିଲା I କେନ୍ଦ୍ରାପଡା ର ଯେକୌଣସି କାର୍ଯ୍ୟରେ ସେ ଯୋଗ ଦେଉଥିଲେ ଫଳରେ ତାଙ୍କ ଲୋକପ୍ରିୟତା ଧୀରେ ଧୀରେ ବଢ଼ିବାରେ ଲାଗିଲା I

କିନ୍ତୁ 24 ଜାନୁଆରୀ 2018 ରେ ତାଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟର ଆରୋପ ଲଗାଇ ତାଙ୍କୁ ବିଜେଡି ଦଳରୁ ସସ୍ପେଣ୍ଡ କରିଦିଆଗଲା I ବୈଜୟନ୍ତ ଙ୍କ ବାପା ଶିଳ୍ପପତି ବଂଶୀ ପଣ୍ଡା ଙ୍କ ବିୟୋଗ ରେ କୌଣସି ରାଜନୈତିକ ସହକର୍ମୀ ଯୋଗ ନଦେବା ଫଳରେ ଦୁଃଖରେ ଭାଙ୍ଗିପଡି ବିଜେଡି ରୁ ଇସ୍ତଫା ଦେଇ ପରେ ବିଜେପି ରେ ସାମିଲ ହେଇଛନ୍ତି I ବିଜେପି ତରଫରୁ ତାଙ୍କୁ ଜାତୀୟ ଉପ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି I

Leave a Reply

Your email address will not be published. Required fields are marked *