ଚର୍ଚ୍ଚିତ ସାମ୍ବାଦିକ ଙ୍କୁ ମିଳିଲାନି ଟିକେଟ

ଏଥର ନିର୍ବାଚନ ରେ 5ଗଣମାଧ୍ୟମ ଏବଂ 5ଖବର କାଗଜ ର ମାଲିକ ମାନେ ନିର୍ବାଚନ ଲଢ଼ୁଥିବା ବେଳେ ଜୀ କଳିଙ୍ଗ ( ଜୀ ଓଡ଼ିଶା)ତଥା ର ସତ୍ୟର ସାମ୍ନା ଫ୍ରେମ ସତ୍ୟପ୍ରକାଶ ନାୟକ ପୁରୀରୁ ଟିକେଟ ପାଇ ଲଢୁଥିବା ବେଳେ,ବାଲେଶ୍ଵରର ପ୍ରମେୟ ଖବର କାଗଜ କଥା ବୁଝାସୁଝା କରୁଥିବା ମୁଖ୍ୟ ସତ୍ୟଶିବ ଦାସ ଭୋରାଇ ବିଧାନସଭା ମଣ୍ଡଳୀ ପାଇଁ କଂଗ୍ରେସ ଟିକଟ ପାଇଛନ୍ତି I ତେବେ ଏଥରକ ଅନେକ ସାମ୍ବାଦିକ ଙ୍କ ନାମ ଚର୍ଚା ହେଉଥିଲେ ମଧ୍ୟ ସେମାନଙ୍କୁ ଦଳ ଟିକେଟ ଦେଇନି I

ଓଟିଭି ଖୋଲା କଥା ଫ୍ରେମ ତଥା ସାମ୍ବାଦିକ ସତ୍ୟଜିତ ମିଶ୍ର ସାମ୍ବାଦିକ ଛାଡି ମିଶିଥିଲେ ,ବିଶେଷ କରି ଢେଙ୍କାନାଳ ସାଂସଦ ପାଇଁ ଆଶାୟୀ ଥିବାର ଚର୍ଚା ଅନେକ ସମୟରେ ହେଉଥିଲା ,ଏପରିକି ତାଙ୍କୁ ଅନେକ ସମାବେଶ ରେ ମଧ୍ୟ ଦେଖିବାକୁ ମିଳୁଥିଲା ତେବେ ବିଜେଡି ତାଙ୍କୁ ଟିକେଟ ଦେଇନି I ସେହିପରି ନ୍ୟୁଜ୍‌ ସେଭେନ୍‌ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ବିଜେଡି ଟିକେଟରେ ଜଟଣି ନିର୍ବାଚନ ରେ ଲଢ଼ିବାକୁ ଇଛୁକ ଥିଲେ ,ଏପରିକି ସହରରେ ଅନେକ ସ୍ଥାନରେ ତାଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା କିନ୍ତୁ ଶେଷ ସମୟରେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇନାହିଁ I

ସେହିଭଳି କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଇଟିଭି ପୁର୍ବତନ ସାମ୍ୱାଦିକ ସୁଲୋଚନା ଦାସ ବରୀରୁ ଆଶାୟୀ ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଇନାହଁ I ପ୍ରଗତିବାଦୀ’ର ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ବଡ଼ଚଣାରୁ ବିଜେଡି ଟିକେଟ ଆଶାୟୀ ଥିଲେ ମଧ୍ୟ ନିରାଶ ହେଇଛନ୍ତି I ସମ୍ବାଦର ବାଲେଶ୍ଵର ମୁଖ୍ୟ ଗୌତମବୁଦ୍ଧ ମଧ୍ୟ ଟିକେଟ ପାଇଁ ଆଶାୟୀ ଥିଲେ କିନ୍ତୁ ନିରାଶ ହେବାକୁ ପଡିଛି I

Leave a Reply

Your email address will not be published. Required fields are marked *