ମୁଖ୍ୟମନ୍ତ୍ରୀ ଦେଲେ ଆହ୍ୱାନ ମୋଦିଙ୍କ ଡବଲ ଇଞ୍ଜିନ ନୁହେଁ ଓଡିଶାକୁ ଦରକାର ନବୀନ ଜେଟ ଇଞ୍ଜିନ

ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଘନ ଘନ ପ୍ରଚାର ଜାରି ରଖିଛନ୍ତି I 73ବର୍ଷରେ ନବୀନ ଙ୍କ ମାରାଥନ ଯାତ୍ରା କୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି I ଏପରିକି ନବୀନ ଅସୁସ୍ଥ ଥିବା ମଧ୍ୟ ଚର୍ଚ୍ଚା ଚାଲିଥିଲା I ତେବେ ଗତକାଲି ସୋସିଆଲ ମିଡ଼ିଆ ରେ ନବୀନ ଙ୍କ ଏକ ବ୍ୟକ୍ତଗତ ଦୈନଦିନ କାର୍ଯ୍ୟକଳାପ ର ଭିଡିଓ ପୋଷ୍ଟ ହେବାପରେ ଭାଇରଲ ହେଇଥିଲା I ଯେଉଁଥିରେ କି ନବୀନ ସକାଳୁ ଉଠି ବଗିଚାରେ ଦୌଡିବା ସହ ,ବ୍ୟୟାମ ,ଯୋଗ କରୁଛନ୍ତି ଏପରିକି ଓଡ଼ିଆ ନିଉଜ ମଧ୍ୟ ଦେଖୁଛନ୍ତି ଏବଂ ସର୍ବପରି ଶେଷରେ କହିବାକୁ ଭୁଲିନାହାନ୍ତି ଯେ ଓଡିଶା ପାଇଁ ଯୁଦ୍ଧ କରିବାକୁ ସେ ପ୍ରସ୍ତୁତ I

2ମିନିଟ ର ଏହି ଭିଡିଓ ଏବେ ଚହଳ ପକାଇଥିବା ବେଳେ ହଠାତ କାହିଁକି ନବୀନ ଏପରି ଭିଡିଓ ଛାଡିଲେ ତାହାକୁ ନେଇ ଚର୍ଚା I ଏପରିକି ଏହାର ଟାଇଟଲ ମଧ୍ୟ ରଖାଯାଇଛି ନବୀନ ଜେଟ୍ ଇଞ୍ଜିନ ,ଏମିତିକି ଆମେ କହିପାରିବା ଯେ ଯେହେତୁ ଏବେ ଧର୍ମେନ୍ଦ୍ର ସବୁବେଳେ କହୁଛନ୍ତି ଡବଲ ଇଞ୍ଜିନ ଵାଲା ସରକାର ଦରକାର ତେଣୁ ନବୀନ ବାବୁ ନିଜର ଫିଟନେସ ର ପ୍ରମାଣ ଦେଇ ଦେଖାଇବାକୁ ଚାହିଁଛନ୍ତି ଯେ ଡବଲ ଇଞ୍ଜିନ ନୁହେଁ ଓଡ଼ିଶାରେ ନବୀନ ଜେଟ ଇଂଜିନ ଦରକାର I

Leave a Reply

Your email address will not be published. Required fields are marked *