କେନ୍ଦୁଝର ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ଙ୍କର ଭିଡିଓ ଭାଇରାଲ କରି ବିଜେପି ସୋସିଆଲ ଜିଲ୍ଲା ସଂଯୋଜକ ଗିରଫ

ରାଜନୀତି ରେ ଅଜଣା ଥିବା ଚନ୍ଦ୍ରାଣୀ ମୁର୍ମୁ ଙ୍କ ହଠାତ ସନା ମହାକୁଡ଼ ଙ୍କ ପରାମର୍ଶ ରେ କେନ୍ଦୁଝର ବିଜେଡି ଲୋକସଭା ଆସନ ପାଇଁ ଟିକେଟ ମିଳିବା ପରେ ସମସ୍ତେ ଚକିତ ହେଇଯାଇଥିଲେ କିଏ ଏହି ଚନ୍ଦ୍ରାଣୀ ? ତେବେ ଏହାର କିଛି ଘଣ୍ଟା ପରେ ମୋବାଇଲ ରୁ ମୋବାଇଲ ଘୁରିବୁଲିଲା ଏକ ଅଶ୍ଳୀଳ ଭିଡିଓ ଏବଂ ଫୋଟୋ I ଯେଉଁଥିରେ କି ଥିଲା କେନ୍ଦୁଝର ଲୋକସଭା ଆସନ ପ୍ରାଥୀନି ଚନ୍ଦ୍ରାଣି ଙ୍କ ଫୋଟୋ

I ସବୁଆଡେ ଚର୍ଚାର ବିଷୟ ପାଲଟିଥିବା ଏହି ଘଟଣାରେ ଶେଷରେ ମୁଁହ ଖୋଲିଥିଲେ ଚନ୍ଦ୍ରାଣି ଏବଂ ଏହି ଭିଡିଓ ତାଙ୍କର ନୁହେଁ ବରଂ ତାଙ୍କ ଫୋଟୋ କୁ କଦର୍ଥ କରି ଏପରି ହୀନ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗ କରିଥିଲେ I ଘଟଣାର ତଦନ୍ତ କରି ପୋଲିସ ଜାଣିବାକୁ ପାଇଲା ଯେ ସମ୍ପୃକ୍ତ ଘଟଣାରେ କେନ୍ଦୁଝର ଜିଲ୍ଲା ବିଜେପି ସୋସିଆଲ୍ ମିଡ଼ିଆ ସେଲ୍‌ର ସଂଯୋଜକ ଜୟଦେବ ଗିରି ମାଷ୍ଟର ମାଇଣ୍ଡ ଥିଲେ I

ଗତକାଲିବିଳମ୍ବିତ ରାତିରେ ଢେଙ୍କିକୋଟ ବଜାରରୁ ଜୟଦେବ ଙ୍କୁ ପୋଲିସ ଗିରଫ କରିଛି I ଜୟଦେବଙ୍କ ଘର ଘଟଗାଁ ଅନ୍ତର୍ଗତ ନଙ୍ଗଳକଂଟି ଗ୍ରାମରେ ଏବଂ ସେ ବିଜେପି ସୋସିଆଲ ମିଡ଼ିଆ ପାଇଁ କାମ କରୁଛନ୍ତି I

Leave a Reply

Your email address will not be published. Required fields are marked *