ଲାଞ୍ଜିଗଡ଼ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ

ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ନେତାମାନେ ନିଜ ନିଜର ପ୍ରଚାର ଜୋରଦାର ଆରମ୍ଭ କରିଦେଇଛନ୍ତି I ତେବେ ଆଦର୍ଶ ଆଚରଣ ବିଦ୍ଧି ନିୟମ ଅନୁଯାଇ କୌଣସି ପ୍ରାଥୀ ନିଜ ଗାଡ଼ିରେ ଲକ୍ଷାଧିକ ଟଙ୍କା ରଖିପାରିବେ ନାହିଁ କିନ୍ତୁ ପ୍ରାୟତ ସବୁଦିନ କେହି ନା କେହି ନେତା ଟଙ୍କା ନେଉଥିବା ସମୟରେ ଧରାପଡୁଛନ୍ତି I ସେହିଭଳି ଆଜି ନିଜ ଗାଡ଼ିରେ ଲାଞ୍ଜିଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ ବହୁ ପରିମାଣରେ ଟଙ୍କା ରଖିଥିବା ବେଳେ ଜବତ କରାଯାଇଛି I ଆଜି ତାଙ୍କର ଏକ ଇନୋଭା ଗାଡ଼ିରେ ପ୍ରାୟତ 500 ଟଙ୍କିଆ 4 ବଣ୍ଡଲ ଜବତ ହେଇଚି ଯାହାକି ପାଖାପାଖି ଦୁଇ ଲକ୍ଷ ହେବ ବୋଲି ସୂଚନା ମିଳିଛି I ଫ୍ଲାଇଂ ସ୍କ୍ୱାଡ୍ ଏହି ଟଙ୍କା କୁ ଜବତ କରିବା ସହିତ ସମ୍ପୂର୍ଣ୍ଣ ଘଟଣାର ଖୋଳତାଡ଼ କରୁଛି I

Leave a Reply

Your email address will not be published. Required fields are marked *