ଆଖିରୁ ଗଡି ଯାଉଥିଲା ଅମାନିଆ ଲୁହ ,କହିଲେ ବିଜେଡି ଜିତିବ

କେନ୍ଦ୍ରାପଡା ରେ ସିପ୍ରା ଙ୍କୁ ଟିକେଟ ଦିଆଯାଇନଥିବାରୁ ରୂଷିଥିଲେ ସିପ୍ରା I ତାଙ୍କ ବଦଳରେ ଶଶି ଙ୍କୁ ଟିକେଟ ମିଳିବା ପରେ ସ୍ୱାଧୀନ ପ୍ରାଥୀ ଭାବରେ ସିପ୍ରା ନିଜର ପ୍ରାଥୀପତ୍ର ଦାଖଲ କରିଥିଲେ I ସିପ୍ରା ଙ୍କ ପ୍ରାଥୀପତ୍ର ଦାଖଲ ପରେ କେନ୍ଦ୍ରାପଡା ରେ ହଇଚଇ ସୃଷ୍ଟି ହେଇଯାଇଥିଲା I ତେବେ ଗତକାଲି କିଶୋର ତରାଇ ଏବଂ ସିପ୍ରା ମଲ୍ଲିକ ଙ୍କୁ ନବୀନ ନିବାସ ଡକାଇ ବୁଝେଇବା ପରେ ,ମାନ ଭଞ୍ଜନ ହେଇଥିଲା ସିପ୍ରା ଙ୍କର I ଗଣମାଧ୍ୟମ ସାମ୍ନା ରେ ନିଜ ପ୍ରତିକ୍ରିୟା ରଖିଥିଲେ ଯେ ,କେନ୍ଦ୍ରାପଡା ରେ ବିଜେଡି ଜିତିବ ,କିନ୍ତୁ ଗଣମାଧ୍ୟମ ସାମ୍ନାରେ ନିଜର କୋହକୁ ସମ୍ଭାଳି ପାରିନଥିଲେ । ଭୋ ଭୋ ହେଇ କାନ୍ଦିପକାଇଥିଲେ ସିପ୍ରା I ଓଲଟା କହିଥିଲେ ଏସବୁ ରେକର୍ଡ କରନି I ତେବେ ଚର୍ଚ୍ଚା ହେଉଛି କି ନିର୍ବାଚନ ପରେ ସିପ୍ରା ଙ୍କୁ ଏକ ଲାଭଜନକ ସଂସ୍ଥାରେ ଥଇଥାନ କରାଯିବ ।

Leave a Reply

Your email address will not be published. Required fields are marked *