ଜୟ, ବିଜୟ, ଅପରାଜିତା ,ପ୍ରତାପ ଏବଂ ସମ୍ବିତ ଙ୍କୁ ହରାଇବାକୁ ନିଜ ଦଳରୁ ଚାଲିଛି ଷଡଯନ୍ତ୍ର !! ବିଜେପିରେ କିଏ ବିଭୀଷଣ ??

କୁହାଯାଏ ରାଜନୀତିରେ କ୍ଷମତା ପାଇଁ କିଛି ବି କରିହୁଏ I ନିଜ ଦଗଦମା ଦେଖାଇବାକୁ ଦରକାର ପଡିଲେ ଦଳ କୁ କ୍ଷତି ସହିବାକୁ ବି ଛାଡିଦେବାକୁ ପଛାଇନଥାନ୍ତି କ୍ଷମତା ପିପାଶୁ ମାନେ I ତେବେ ଏବେ ଚର୍ଚ୍ଚା ଜୋର ଧରିଛି ବିଜେପି କୁ ନେଇକି I ବିଜେପି ରେ ହେଭି ୱେଟ ଙ୍କ ମିଶ୍ରଣ ପରେ ଶକ୍ତି ବୃଦ୍ଧି ହେଉଥିବା ବେଳେ ଏବେ ଦଳୀୟ କର୍ମୀ ଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି କି ନିଜକୁ ମୁଖ୍ୟମନ୍ତ୍ରୀ ଭାବୁଥିବI ଜଣେ ଦାବିଦାର ଙ୍କ ପାଇଁ ଆଗକୁ ସମସ୍ୟା ବଢ଼ିବାରେ ଲାଗିଛି I ଦଳ ଯଦି ବହୁମତ ପାଏ ତେବେ ତାଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଅଧାରେ ରହିଯିବ I ସେଥିପାଇଁ କୁଆଡେ ସେ ପ୍ରାଣପ୍ରଣେ ବୈଜୟନ୍ତ ,ବିଜୟ ,ସମ୍ବିତ ,ଅପରାଜିତା ଏବଂ ପ୍ରତାପ ଷଡ଼ଙ୍ଗୀ ଙ୍କ ହାରିବା ପାଇଁ ଜୋରସୋର ରେ ଉଦ୍ୟମ ଜାରି ରଖିଛନ୍ତି I

ବୈଜୟନ୍ତ ବିଜେପି ରେ ମିଶିବା ପରେ ସେହି ନିର୍ଦ୍ଧିଷ୍ଟ ଗୋଷ୍ଠୀ ଙ୍କ ପତିଆରା କମିବାରେ ଲାଗିଛି ,ଦିଲ୍ଲୀରେ ସିଧାସଳଖ ବୈଜୟନ୍ତ ମିଶିବା ପରେ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଙ୍କ ବିନା ପରାମର୍ଶ ରେ ବିଜୟ ମହାପାତ୍ର ଙ୍କୁ ଦଳରେ ମିଶାଇଥିଲେ ବୈଜୟନ୍ତ ,ଫଳରେ ବୈଜୟନ୍ତ ଏବଂ ବିଜୟ ଏବେ ରୋଷର ଶିକାର ହେଇଛନ୍ତି I

ସେହିପରି ରାଜ୍ୟରେ ଜଣେ ଚର୍ଚିତ ଚେହେରା ଭାବେ ପ୍ରତାପ ଷଡ଼ଙ୍ଗୀ ଙ୍କର ନା ଥିବାବେଳେ ସେ ନୀଳଗିରି ପାଇଁ ଆଶାୟୀ ଥିଲେ କିନ୍ତୁ ପରିବର୍ତିତ ସମୟରେ ସେ ବାଧ୍ୟ ହେଇ ନୀଳଗିରି ଛାଡିଥିଲେ ଏବଂ ଓଡିଶା ସାରା ବୁଲି ବୁଲି ବିଜେପି ପାଇଁ ପ୍ରଚାର କରିବାକୁ ଚାହିଁଥିଲେ ,କିନ୍ତୁ ତାଙ୍କୁ ସାଂସଦ ପାଇଁ ଟିକେଟ ଦିଆଯାଇଛି I ସେହିପରି ଅପରାଜିତା ମିଶିବା ପରେ ତାଙ୍କୁ ବିଜେପି ର ଫେସ କୁହାଯାଉଥିବା ବେଳେ ଖୋର୍ଦ୍ଧାରେ ମୋଦି ଙ୍କ ପାଖରେ ତାଙ୍କୁ ବସାଇବାକୁ ସିଟ ମଧ୍ୟ ମିଳିନଥିଲା I

ଏହାପରେ ଓଡ଼ିଶାର ପୁଅ ସମ୍ବିତ ଙ୍କୁ ବିଜେପି ଫେସ ଭାବେ ସମସ୍ତେ ଗ୍ରହଣ କରୁଥିବା ବେଳେ ନିର୍ଦ୍ଧିଷ୍ଟ ଗୋଷ୍ଠିଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି ହେବାକୁ ଯାଉଛି I ତେଣୁ ଓଡ଼ିଆ ରେ ଗୋଟେ ଢଗ ଥିଲା କି ସ୍ୱାମୀ ପଛେ ମରୁ ସଉତୁଣୀ ବିଧବା ହେଉ ,ସେହି ମର୍ମରେ ବିଜୟ ,ବୈଜୟନ୍ତ , ଅପରାଜିତା ,ସମ୍ବିତ ଏବଂ ପ୍ରତାପ ଙ୍କୁ ହରାଇବାକୁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଜୋରଦାର ଉଦ୍ୟମ କରୁଥିବା ଚର୍ଚା ହେଉଛି I

Leave a Reply

Your email address will not be published. Required fields are marked *