ମତଦାନ, ଭୋଟ ଗଣତି ଦିନ ସମସ୍ତ ମଦ ଦୋକାନ ଏବଂ ବାର ବନ୍ଦ ରହିବ

ଆଜିଠୁ ନିର୍ବାଚନ ଆରମ୍ଭ ହେଇସାରିଥିବା ବେଳେ , ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ କରିବା ପାଇଁ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି I ସାଧାରଣତଃ ନିର୍ବାଚନ ରେ ହିଂସା କାଣ୍ଡ ଦେଖିବାକୁ ମିଳିଥାଏ ଏବଂ ଅନେକ କର୍ମୀ ମଦ୍ୟପାନ କରି ଗଣ୍ଡଗୋଳ କରିଥାନ୍ତି I ତେବେ ନିର୍ଵାଚନ କୁ ଶାନ୍ତି ଶୃଙ୍ଖଳା କରିବା ପାଇଁ ଢେଙ୍କାନାଳ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଇଛନ୍ତି I ଢେଙ୍କାନାଳ ରେ ଏପ୍ରିଲ ୨୩ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ମେ ୨୩ ରେ ଭୋଟ ଗଣତି କରାଯିବ I

ତେବେ ଭୋଟ ଆରମ୍ଭ ପୂର୍ବର ଦୁଇଦିନ ଏବଂ ଭୋଟ ଗଣତି ଦିନ ଢେଙ୍କାନାଳ ରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଲିଖିତ ନିର୍ଦେଶ ଦେଇଛନ୍ତି I ଓଡ଼ିଶା ଅବକାରୀ ନିୟମ ୨୦୦୮, ଧାରା-୨୬ ଅନୁଯାୟୀ ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *