ଅମିତ୍‌ ଶାହଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ଫିରୋଜ୍‌ ଖାନ୍‌ ପଠାନ୍‌ , ଜାଣନ୍ତୁ କିଏ ଏହି ଫିରୋଜ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଙ୍କ ବିପକ୍ଷ ରେ କେଉଁ ଦଳ ର କେଉଁ ନେତା ନିର୍ବାଚନ ଲଢ଼ିବେ ତା ଉପରେ ସର ଭାରତ ର ନଜର ରହିଛି। କିନ୍ତୁ ଗୁଜରାଟ ର ଫିରୋଜ ଖାନ୍ ପଠାନ୍ ଏଥର ଗାନ୍ଧୀନଗର ଲୋକସଭା ଆସନ ରୁ ଅମିତ୍ ଶାହା ଙ୍କ ବିପକ୍ଷ ରେ ନିର୍ବାଚନ ଲଢୁଥିବାର ଜଣାଯାଇଛି।

ସୂଚନାଯୋଗ୍ୟ ଯେ ୨୦୦୨ ରେ ଗୋଧ୍ରା ଦଙ୍ଗା ପରେ ଗୁଲବର୍ଗ ସୋଷାଇଟି ରେ ହିଂସାକାଣ୍ଡ ଘଟି ୬୯ ଲୋକଙ୍କ ପ୍ରାଣହାନି ଘଟିଥିଲା। ଫିରୋଜ ଖାନ୍ କହିଛନ୍ତି ଯେ ଗାନ୍ଧୀନଗର ରୁ ସେ ନିର୍ବାଚନ ଲଢ଼ି ଏହି ସନ୍ଦେଶ ଦେବାକୁ ଚାହାନ୍ତି ଯେ ଗୁଲବର୍ଗ ସୋସାଇଟି ର ପୀଡ଼ିତା ମାନଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ।

ସେ କହିଛନ୍ତି ଯେ ଏହି ନ୍ୟାୟ ଲାଗି ସେ ବହୁ ବର୍ଷ ଅପେକ୍ଷା କରିଛନ୍ତି। ଫିରୋଜ ହେଉଛନ୍ତି ଏକ ସାଇବରକେଫ୍ ର ମାଲିକ। ସେ ତାଙ୍କ ପତ୍ନୀ ଓ ଦୁଇ ଝିଅ ଙ୍କ ସହ ଯୁହାପୁର ରେ ରହୁଛନ୍ତି। ସେହି ଅଞ୍ଚଳରେ ଅନେକ ମୁସଲମାନ ରହୁଥିବାରୁ ଏହାର ଫାଇଦା ତାଙ୍କୁ ଅଧିକ ମିଳିବ ବୋଲି ସେ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *