ମୃତ୍ୟୁ ପରେ କୁଆଡେ ଯାଏ ଆତ୍ମା ? ଯମ ଲୋକରେ ପହଁଚିବାକୁ କେତେଦିନ ଲାଗେ ?

କହନ୍ତିକି ମୃତ୍ୟୁ ଜୀବନର ପରମ ସତ୍ୟ କିନ୍ତୁ ମୃତ୍ୟୁ ପରର ସତ୍ୟ କଣ ରହିଥାଏ ଏହା କେହି ଜାଣିନାହାନ୍ତି I ମୃତ୍ୟୁ ପରେ ଆତ୍ମା କେମିତି ଦେଖାଯାଏ ଓ ତାହା କେମିତି ଯମପୁର ଯାଏ ଏହାର ଜବାବ କଉଠି ଅଛିତ, ତାହା ହେଉଛି ଗରୁଡ ପୁରାଣରେ ଭଗବାନ ବିଷ୍ଣୁଙ୍କ ଭକ୍ତ ଗରୁଡ ତାଙ୍କୁ ପଚାରେକି ମୃତ୍ୟୁ ପରେ କେତେ ଦିନପରେ ଆତ୍ମା ଜମପୁର ଯାଏ I ଭଗବାନ ବିଷ୍ଣୁ କହିଲେ 37 ଦିନ ଲାଗେ I ଗରୁଡ ପୁରାଣରେ ପ୍ରଥମେ କୁହାଯାଇଛିକି ମୃତ୍ୟୁ ପରେ ମଣିଷର ସ୍ୱର ପ୍ରଥମେ ଚାଲିଯାଏ I ଯେମିତି ଶରୀର ଶ୍ୱାସ ନେବା ବନ୍ଦ କରିଦିଏ ସେମିତି ତାକୁ ଏକ ଦିବ୍ୟଦୃଷ୍ଟି ମିଳିଥାଏ ଯେମିତିକି ପୁରା ଦୁନିଆକୁ ଏକ ସମାନରେ ଦେଖିପାରିବ I

ତା ପରେ ଆତ୍ମାକୁ ଆଣିବା ପାଇଁ ଯମଙ୍କ ଦୂତ ଆସନ୍ତି କୁହାଯାଏ କି ଜଣେ ଆସେ ନାହିଁ ଏକା ସାଥିରେ ଦୁଇ ଜମ ଦୂତ ଆସନ୍ତି ନେବା ପାଇଁ ଆତ୍ମାକୁ ଯେମିତି ଯମଦୂତ ଆସନ୍ତି ସେମିତି ଆତ୍ମା ମଇଁଷିର ସ୍ୱର କରି ଏକା ଥରକେ ବାହାରକୁ ଆସେ I ଯେମିତି ଆତ୍ମା ପୁରା ଶରୀରରୁ ବାହାରି ଆସେ ସେମିତି ଯମଦୂତ ତା ବେକରେ ଏକ ଫାସ ପକାଇଦିଅନ୍ତି ଓ ଆତ୍ମାକୁ ଯମଲୋକ ନିଆଯାଏ I

ଯଦି ଆତ୍ମା ପବିତ୍ର ଥାଏ ତାହେଲେ ତାକୁ ନବା ପାଇଁ ନିଜେ ବାହନ ଆସେ ଓ ଯଦି ଆତ୍ମା ଖରାପ ଥାଏ ତାହେଲେ ତାକୁ ଗରମ ଓ ଅନ୍ଧାର ରାସ୍ତା ଦେଇ ଯିବାକୁ ପଡିଥାଏ ଯଦି ଆତ୍ମା ପାପୀ ହୋଇଥାଏ ତାକୁ ଯମଲୋକରେ ନିର୍ଯାତନା ଦିଆଯାଏ ତାପରେ ତାକୁ ସେହି ରାସ୍ତାରେ ଘରେ ଛାଡିଦିଆଯାଏ ଆତ୍ମା ନିଜ ଆଖିରେ ଅନ୍ତିମ ସତ୍କାର ଦେଖିଥାଏ I 12 ଦିନ ପର୍ଯ୍ୟନ୍ତ ଆତ୍ମା ନିଜ ଘରେ ରହିଥାଏ I ଯେତେବେଳେ ପିଣ୍ଡଦାନ ସରିଯାଏ ସେତେବେଳେ ଯମଦୂତ ଆସନ୍ତି ପୁଣିଥରେ ନବା ପାଇଁ ବର୍ତ୍ତମାନ ତାକୁ କଠିନ ରାସ୍ତା ଦେଇ ଯିବାକୁ ପଡିବ I

ପୁରାଣ ଅନୁସାରେ ଆତ୍ମାକୁ ସ୍ୱର୍ଗପ୍ରାପ୍ତି ହୋଇଥାଏ ତାହେଲେ ତାକୁ ବହୁତ ସହଜରେ ଓ ସୁଖରେ ଯିବାକୁ ପଡିବ ଯଦି ଆତ୍ମାକୁ ନର୍କ ପ୍ରାପ୍ତ ହୋଇଥାଏ ତାକୁ ବହୁତ ଭୟାନକ ପଥ ଦେଇ ନିଆଯାଏ Iକୁହାଯାଏ କି 37ଦିନ ପର୍ଯ୍ୟନ୍ତ ଯମ ଲୋକ ରେ ପହଁଚିବାକୁ ଆତ୍ମା କୁ ସମୟ ;ଲାଗିଥାଏ I

Leave a Reply

Your email address will not be published. Required fields are marked *