ଅନୁଗୁଳ ବିଜେଡି ଛାଡିଲେ ଜିଲା ଉପସଭାପତି ,ଧରିଲେ ପଦ୍ମ

ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ ଏବେ ବିଜେଡି ର ଅସଂଖ୍ୟ ହେଭି ୱେଟ ନେତା ଦଳ ଛାଡି ବିଜେପି ରେ ସାମିଲ ହେଇସାରିଲେଣି I ଦଳକୁ ମୁଖ୍ୟ ସମସ୍ୟା ପାଲଟିଛି ଦଳୀୟ ଅସନ୍ତୋଷ I ତେବେ ଗତକାଲି ଅନୁଗୁଳ ରେ ବିଜେଡି ପାଇଁ ଝଟକା ଲାଗିଛି I ଅନୁଗୁଳ ରେ ବିଜେଡି ଜିଲା ଉପସଭାପତି ତଥା ବଅଁରପାଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଛବି ମୋହନ ଗତକାଲି ବିଜେଡି ଛାଡି ବିଜେପି ରେ ସାମିଲ ହେଇଛନ୍ତି I ତାଙ୍କ ସହିତ ତାଙ୍କର ଶତାଧିକ କର୍ମୀ ମଧ୍ୟ ବିଜେପି ରେ ସାମିଲ ହେଇଛନ୍ତି I ୨୩ ତାରିଖ ରେ ନିର୍ବାଚନ ହେବାକୁ ଥିବାବେଳେ ,ଏହା ପୂର୍ବରୁ ଜିଲ୍ଲାର ଉପସଭାପତି ଦଳ ଛାଡିବା ବିଜେଡି ପାଇଁ ବୁମେରାଙ୍ଗ ପାଲଟି ପାରେ ବୋଲି ଚର୍ଚା ହେଉଛି I ଅପରପକ୍ଷରେ ବିଜେପି ରେ ତାଙ୍କୁ ସ୍ୱାଗତ କରାଯାଇଛି I

Leave a Reply

Your email address will not be published. Required fields are marked *