ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ପଛରେ ପକାଇ ଫେସ୍‌ବୁକ୍‌ରେ ‘ମୋଷ୍ଟ ପପୁଲାର ଓ୍ଵାଲର୍ଡ ଲିଡର’ ବନିଲେ ନରେନ୍ଦ୍ର ମୋଦୀ

୨୦୧୯ ଲୋକସଭା ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ନେଇ ଏକ ବଡ଼ ଖବର ସାମ୍ନା କୁ ଆସିଛି। ଫେସବୁକ୍ ରେ ନରେନ୍ଦ୍ର ମୋଦି ଆମେରିକା ର ରାଷ୍ଟ୍ରପତି ଙ୍କୁ ପଛରେ ପକାଇବା ଜଣାପଡିଛି। ଏବଂ ଏହି ଖବର ବିଶ୍ଵ ରେ ବହୁ ଚର୍ଚ୍ଚିତ ହୋଇଛି।

ସୂଚନା ମୁତାବକ, ଫେସବୁକ୍ ରେ ମୋଦି ଜି ନିଜ ବ୍ୟକ୍ତିଗତ ପେଜ ରେ ୪୩.୫ ମିଲିୟନ ଲାଇକ ପାଇ ବିଶ୍ଵ ସବୁଠୁ ବଡ଼ ନେତା ପାଲଟି ଯାଇଛନ୍ତି। ମୋଦି ଙ୍କ ପରେ ଆମେରିକା ର ରାଷ୍ଟ୍ରପତି ଙ୍କ ନାଆଁ ରହିଛି। ଟ୍ରମ୍ଫ ଙ୍କ ବ୍ୟକ୍ତିଗତ ପେଜ ରେ ୨୩ ମିଲିୟନ ଲାଇକ ମିଳିଥିବା ବେଳେ ତାଙ୍କ ତଳେ ରହିଛି ଜୋର୍ଡାନ ର ରାଣୀ ରାନିଆ ଙ୍କ ନାଆଁ। ଏହି ସୂଚନା ‘୨୦୦୯ ୱାଲ୍ଡ ଲିର୍ଡ ଅନ ଫେସବୁକ୍ ରୁ ମିଳିଛି ‘।

Leave a Reply

Your email address will not be published. Required fields are marked *