ଥାନାରେ ପଶି ପୋଲିସ କୁ ବାଡେଇ ସିଲଟ ଧରିଥିବା ବିଜେଡି ନେତା ଙ୍କୁ ମାସକରେ ମିଳିଲା ବେଲ୍‌ !

କୁହାଯାଏ ଆଇନ ଆଖିରେ ସମସ୍ତେ ସମାନ ,କିନ୍ତୁ ବେଳେବେଳେ ଲାଗେ ଯେପରି ଆଇନ କୁ ପାୱାର ଦ୍ଵାରା ମୋଦି ମକଚି ଦିଆଯାଏ I ପାୱାର ଆଗରେ ହାର ମାନେ ଆଇନ I ଏଇ ଯେମିତି ନିକଟରେ
ବେଲ୍‌ ରେ ଆସିଛନ୍ତି ବିଜେଡି ନେତା ପ୍ରକାଶ I କିଛିଦିନ ତଳେ ସହିଦ ନଗର ଥାନାରେ ପଶି ପୋଲିସ କୁ ଗୋଡେଇ ଗୋଡେଇ ମାରିଥିଲେ ବିଜେଡି ବିଜୁ ଯୁବ ଜନତା ଦଳର ଉପ ସଭାପତି ପ୍ରକାଶ ତ୍ରୀପାଠୀ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଇଥିଲା I ଏହି ଘଟଣା ସମସ୍ତ ଓଡ଼ିଶାରେ ଚହଳ ପକେଇବା ପରେ ଶେଷରେ ବାଧ୍ୟ ହେଇ ସହିଦ ନଗର ଥାନା ଅଧିକାରୀ ପ୍ରକାଶ ଙ୍କୁ ଗିରଫ କରିଥିଲା ଏବଂ 307, 333, 451, 294 ଭଳି 9ଟି ଦଫା ଲଗାଇ ସିଲଟ ଧରାଇ କୋର୍ଟ ଫରୱାର୍ଡ଼ କରିଥିଲା I ତେବେ ପ୍ରକାଶ ଙ୍କୁ ସିଲଟ ଧରାଇବା ଘଟଣା ସବୁ ମହଲ ରେ ଚର୍ଚ୍ଚା ର ବିଷୟ ପାଲଟିଥିଲା I ଏପରିକି ବିଜେଡି ରୁ ମଧ୍ୟ ତାଙ୍କୁ ନିଲମ୍ବନ କରାଯାଇଥିଲା

I ତେବେ ଏତେ ସବୁ ଦଫା ଲାଗିଥିବା ପ୍ରକାଶ ୟା ମଧ୍ୟରେ ବେଲ୍‌ ରେ ମୁକୁଳିସାରିଲେଣି ଏବଂ ଭୁବନେଶ୍ୱର ପାଇଁ ଜଣେ ବିଜେଡି ବିଧାୟକ ପ୍ରାଥୀ ଙ୍କ ପାଇଁ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି

I ଏହାକୁ ନେଇ ଏବେ ସବୁଆଡେ ଆଲୋଚନା ଚାଲିଛି କି ଏତେ ସବୁ ଦଫା ଲାଗିଥିବା ପ୍ରକାଶ ଙ୍କୁ ପାୱାର ପାଇଁ ବେଲ୍‌ ମିଳିଗଲା I

Leave a Reply

Your email address will not be published. Required fields are marked *