ବ୍ରହ୍ମଗିରି ରେ ବିଜେଡି ନେତା ସଞ୍ଜୟ ଙ୍କୁ ଘେରିଲେ ମହିଳା କହିଲେ ଚିଟ୍‌ଫଣ୍ଡ ଟଙ୍କା ଫେରାଅ

ବ୍ରହ୍ମଗିରି ରେ ସଞ୍ଜୟ ଦାସବର୍ମା ଆଜି ପ୍ରଚାର କରୁଥିବା ସମୟରେ ବେଂଟପୁର ପଂଚାୟତର ବିଜିପୁର ଗ୍ରାମରେ କିଛି ମହିଳା ତାଙ୍କୁ ଘେରିଯାଇଥିଲେ ଏବଂ ଗାଡି ଚାରିପଟେ ଏକାଠି ହେଇ ସଞ୍ଜୟ ଙ୍କୁ ଚିଟ୍‌ଫଣ୍ଡରେ ସାଧାରଣ ଲୋକଙ୍କର ଯେଉଁ ପଇସା ଯାଇଥିଲା କେବେ ମିଳିବ ବୋଲି ପ୍ରଶ୍ନ କରିଥିଲେ I ପ୍ରଚାର ମଝିରେ ଏପରି କଥା ଶୁଣି ହଡ଼ବଡେ଼ଇ ଯାଇଥିଲେ ବିଜେଡି ର ଏହି ଟାଣୁଆ ନେତା I କୌଣସି ଉତ୍ତର ଦେଇ ନପାରି ସେହି ସ୍ଥାନରୁ ପଳାଇଥିଲେ I ତେବେ ଗାଁ ମହିଳା ଏବଂ ସଞ୍ଜୟ ଙ୍କ ସମର୍ଥକ ମଧ୍ୟରେ ହାତାହାତିର ପରିସ୍ଥିତି ହେବା ସହିତ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେଇଥିଲା ।

Leave a Reply

Your email address will not be published. Required fields are marked *