ମନଲୋଭା ସୁନାବେଶ ରେ ଆଜି ଦର୍ଶନ ଦେଲେ ମା ତାରିଣୀ

ଗତ ଏପ୍ରିଲ 9ତାରିଖ ରୁ ଘଟଗାଁ ମା ତାରିଣୀ ଙ୍କ ପୀଠରେ ଚଇତି ପର୍ବ ପାଳନ ହେଉଥିବା ସମୟରେ ,ଆଜି ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ମା ଙ୍କ ପୀଠରେ ୮୩ତମ ଚଇତି ପର୍ବ ଅବସରରେ ସୁନା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି ମା I ମା ଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ପ୍ରବଳ ଜନସମାଗମ ଲାଗି ରହିଛି I ବର୍ଷକୁ ଥରଟେ ଏହି ଦିନରେ ମା ତାରିଣୀ ସୁନା ବେଶରେ ଦର୍ଶନ ଦେଇଥାନ୍ତି I ଚଇତି ପର୍ବ ପାଇଁ ପ୍ରସାଶନ ଏବଂ ମନ୍ଦିର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଅଛି I ବିଭିର୍ଣ୍ଣ ସାଂସ୍କୃତିକ ପ୍ରୋଗ୍ରାମ ମଧ୍ୟ କରାଯାଇଛି I

Leave a Reply

Your email address will not be published. Required fields are marked *