ଖୋର୍ଦ୍ଧା ବିଜେପି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ବିଜେପି ନେତା ମଙ୍ଗୁଳି ଜେନା ଙ୍କୁ ଗୁଳି କରି ହତ୍ୟା ଘଟଣା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଏବଂ ହତ୍ୟାକାରୀ ବିରୁଦ୍ଧ ରେ ବହୁତ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏବଂ ସେହି ଦୋଷୀ ବିରୁଦ୍ଧ ରେ ବହୁ ଜଲ୍ଦୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମିଳିଛି ଯେ ଗତ କାଲି ବିଳମ୍ବିତ ରାତ୍ରି ରେ ଖୋର୍ଦ୍ଧା ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନା ଙ୍କୁ ହତ୍ୟା କରାଯାଇଛି। ଖୋର୍ଦ୍ଧା ନବିନବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖ ରେ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ଆସି ମଙ୍ଗୁଳି ଙ୍କୁ ଗୁଳି କରି ଚାଲିଯାଇଥିଲେ। ଏବଂ ଘଟଣାସ୍ଥଳ ରେ ମଙ୍ଗୁଳି ଙ୍କ ମୃତ୍ୟୁ ହୋଇଥିଲା। ଏବଂ ସେହି ୨ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିଲେ।

ଏହି ହତ୍ୟାକାଣ୍ଡ ମାମଲା ରେ ସେହି ହତ୍ୟାକାରୀ ଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବା ଦାବି ରେ ଆଜି ୬ ଘଣ୍ଟିଆ ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଛି। ଖରଡ଼ା ଆଦର୍ଶ ଥାନା ଆଗରେ ବିଜେପି କର୍ମୀ ଓ ସାଧାରଣ ଜନସାଧାରଣ ଧାରଣା ରେ ବସିଛନ୍ତି।

Leave a Reply

Your email address will not be published. Required fields are marked *