ପୁରୀର କଣାସ ରେ ଫ୍ରିଜ୍, ଟିଭି,ଗ୍ରାଇଣ୍ଡର ଭର୍ତି ଗାଡି ଜବତ , ଭୋଟର ଙ୍କୁ ଦିଆଯିବାକୁ ନିଆଯାଉଥିଲା

ଚାଲିଛି ନିର୍ବାଚନ ପ୍ରକ୍ରିୟା ,କଳେବଳେ କୌଶଳେ ସମସ୍ତ ରାଜନେତା ବିଜୟ ପାଇବାକୁ ସାଧାରଣ ଲୋକଙ୍କ ମତଦାନ କୁ ନିଜ ସପକ୍ଷକୁ ନେବାକୁ ଉଦ୍ୟମ ଜାରି ରଖିଛନ୍ତି I କିଏ ଲୋକଙ୍କୁ ବୁଝାଉଛି ତ ଆଉ କିଏ ଟଙ୍କା ପଇସା ବାଣ୍ଟୁଥିବାର ନଜିର ରହିଛି I ତେବେ ଭୋଟ ପାଇଁ ଫ୍ରିଜ୍,ଟିଭି, ଗ୍ରାଇଣ୍ଡର ବାଣ୍ଟିବା କଥା ଆପଣ କେବେ ଶୁଣିନଥିବେ ,ପ୍ରଥମ ଥର ପାଇଁ ପୁରୀ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର କଣାସ ଆଡକୁ ଯାଉଥିବା ଓଡ଼ି୦୨ଏଜେଡ୍-୨୮୭୬ ନମ୍ବର ବିଶିଷ୍ଟ ମହିନ୍ଦ୍ରା ପିକ ଅପ ଭ୍ୟାନ କୁ ଫ୍ଲାଇଂ ସ୍କ୍ବାଡ୍ ପିଛା କରି ଅଟକ ରଖିଥିଲା ପରେ ଗାଡ଼ିରୁ ଗ୍ରାଇଣ୍ଡର, ଫ୍ରିଜ୍,ଟିଭି ଜବତ ହେଇଥିଲା ଯାହାର କି ସମ୍ପୂର୍ଣ୍ଣ ତଥ୍ୟ ଗାଡି ଚାଳକ ଦେଇପାରିନଥିଲେ I

ଏସବୁ ଜବତ କରାଯାଇ ପୁରୀ ଜିଲ୍ଲାପାଳ ଙ୍କୁ ଖବର ଦିଆଯାଇଛି I ଏସବୁ କିଏ ଏବଂ କାହିଁକି ନେଉଥିଲେ ତାହାର ଖୋଳତାଡ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରସାଶନ ସୂଚନା ଦେଇଛି I

Leave a Reply

Your email address will not be published. Required fields are marked *