ବିଜେଡି ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣି ଙ୍କ ମିଛ ଭିଡିଓ ଭାଇରଲ ଘଟଣାରେ ବନ୍ଧା ହେଲେ ୱେବ ପୋର୍ଟାଲ ସାମ୍ବାଦିକ

କେନ୍ଦୁଝର ବିଜେଡ଼ି ଲୋକସଭା ସାଂସଦ ପ୍ରାର୍ଥୀନି ଚନ୍ଦ୍ରାଣୀ ମୁର୍ମୁଙ୍କର ଏକ ମିଛ ଏବଂ କପୋଳକଳ୍ପିତ ସେକ୍ସ ଭିଡ଼ିଓ ଭାଇରାଲ୍ ଘଟଣା ରେ ବିଜେପି ର ଜିଲ୍ଲା ସୋସିଆଲ୍ ମିଡ଼ିଆ ସଂଯୋଜକ ଜୟଦେବ ଗିରି ଙ୍କ ସମେତ ଅନ୍ୟ ଦୁଇ ଜଣ ଯୁବକ ଗିରଫ ହେଇଥିଲେ I

ଘଟଣା ରେ କୌଣସି ସତ୍ୟତା ନଥିଲେ ମଧ୍ୟ ଜାଣିଶୁଣି ବିଜେଡି ସାଂସଦ ପ୍ରାଥୀନି ଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଥିଲା I କେନ୍ଦୁଝର ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିବା ପରେ ଏବେ ପୁଣି ସାମ୍ନାକୁ ଆସିଛନ୍ତି ଆଉ ଜଣେ ସାମ୍ବାଦିକ Iସୂଚନା ଅନୁଯାଇ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କୁ ଗତକାଲି ବିଳମ୍ବିତ ରାତ୍ରିରେ ପୋଲିସ ଭୁବନେଶ୍ୱର ରୁ ଗିରଫ କରିଛି I ସାମ୍ବାଦିକ ଜଣଙ୍କ ଏକ ୱେବ ପୋର୍ଟାଲ ଏଟିଆର୍ ନ୍ୟୁଜ୍ ରେ କାମ କରୁଥିଲେ I ତେବେ ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାଇ ସାମ୍ବାଦିକ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଥିଲେ I

ଗଣମାଧ୍ୟମ ସାମ୍ବାଦିକ ମାନେ ସମାଜ ର ଚତୁର୍ଥ ସ୍ତମ୍ଭ ତଥା ଜାଗ୍ରତ ପ୍ରହରୀ ହେଇଥିଲେ ମଧ୍ୟ ବିନା କୌଣସି ତଥ୍ୟ ପ୍ରମାଣ ରେ ଜଣେ ସାଂସଦ ପ୍ରାଥୀନି ଙ୍କ ନାମରେ ଏପରି ଅପରାଧ କରିବା ଏବେ ସବୁଆଡେ ଚର୍ଚ୍ଚା ର ଘଟଣା ପାଲଟିଛି I

Leave a Reply

Your email address will not be published. Required fields are marked *