ଯଦି ଆପଣଙ୍କ ଘରେ ମନକୁ ଅଶ୍ୱସ୍ଥ ଗଛ ଉଠିଛି ତାହେଲେ କରନ୍ତୁନି ଏହି ଭୁଲ

ସାଧାରଣତଃ ଗଛ କୌଣସି ବି ଜାଗାରେ ଉଠିପାରେ। ଗଛ ଲତା ହେଉଛନ୍ତି ପ୍ରକୃତି ର ମାନବ ସମାଜ ପାଇଁ ଗୋଟିଏ ବଡ଼ ଉପହାର। ଏହାଦ୍ବାରା ମାନବ ସମାଜ ବହୁ ଉପକୃତ ହୋଇଥାନ୍ତି। ଗଛ ଲତା ଆମ ପରିବେଶ ଓ ସ୍ଵାସ୍ଥ୍ୟ କୁ ସୁସ୍ଥ ରଖିଥାଏ। ସେଥି ପାଇ ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବା ଉଚିତ୍। ଏହା ସହ ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବା ଉଚିତ୍। ଏମିତି କିଛି ଗଛ ଯାହାକି ନିଜ ମନକୁ ମନ ଆପେ ଆପେ ଉଠି ଯାଇଥାଏ।

ଯଦି ଆପଣଙ୍କ ଘରେ କିମ୍ବା ଆଖ ପାଖରେ କୌଣସି ଅଶ୍ଵସ୍ଥ ଗଛ ମନକୁ ମନ ଉଠିଥିଲେ ଆପଣ ସେହି ଗଛ କୁ କେବେ ହେଲେ କାଟନ୍ତୁ ନାହିଁ କି ଓପାଡନ୍ତୁ ନାହିଁ କାରଣ ଏହା ଅତ୍ୟନ୍ତ ସୁଭପ୍ରଦ ଅଟେ। ଏହି ଗଛ ରେ ଦେବଦେବୀ ବାସ କରନ୍ତି। ସେଥି ପାଇଁ ସେହି ଗଛ କୁ ଓପାଡିବ ଉଚିତ୍ ନୁହେଁ। ତେଣୁ ସେହି ଗଛ କୁ ସାବଧାନତା ର ସହ ଗୋଟିଏ ଜାଗାରୁ ନେଇ ଅନ୍ୟ ଜାଗା ରେ ଲଗେଇଦବା ଉଚିତ୍। କାରଣ ଓସ୍ତ ଗଛ ମୂଳରେ ଭଗବାନ ବ୍ରହ୍ମା, ବିଷ୍ଣୁ, ଓ ମହେଶ୍ୱର ରହୁଥିବାର ବିଶ୍ୱାସ ରହିଛି।

ନିଜ ଘରେ ଉଠିଥିବା ଅସ୍ୱସ୍ଥ ଗଛ କୁ ଓପାଡି ନେଇ ଏକ କୁଣ୍ଡ ରେ ଲଗାଇ ଏକ ମନ୍ଦିର ପାଖରେ ଲଗାଇଲେ ଭଲ। କିନ୍ତୁ ଏଠାରେ ମାନେ ରଖିବାକୁ ପଡିବ ଯେ ଗଛ କୁ ସ୍ଥାନାନ୍ତର କରିବା ପୂର୍ବରୁ ଏହି ଗଛ କୁ ପୂଜା କରିବା ଉଚିତ୍। ଏହା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *