ଉତ୍ତରପ୍ରଦେଶ ରେ ଫୋଟରେ କଏଦ ହେଲା ଏଲିଅନ I ମାତିଛି ଅଜବ ଜନ୍ତୁ

ସବୁବେଳେ ଏଲିଅନ ମାନଙ୍କ ଉପସ୍ତିତି କୁ ନେଇ ଚର୍ଚା ଚାଲିଛି ,କେହି କେହି ଏମାନଙ୍କୁ ଦେଖିଥିବା ଦାବି କରୁଥିବା ବେଳେ ଅଧିକାଂଶ ଏହାକୁ ମାନିନଥାନ୍ତି I ତେବେ ନିକଟରେ ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ଏକ ବିଚିତ୍ର ଅଜବ ଜନ୍ତୁ ଦେଖାଯାଇଛି ,ଯାହାକୁ ନେଇ ସମସ୍ତେ ଭୟଭୀତ ଅଛନ୍ତି I ସୂଚନା ଅନୁଯାଇ କୁଶୀନଗର ଜିଲ୍ଲାର ଖଡ୍ଡା ନଗରରେ ଏକ ଅଜବ ଜନ୍ତୁ ଦେଖିବାକୁ ମିଳିଥିଲା ,ଜୀବଟି ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲା I ଏପରି ଏକ ଅଜବ ଜନ୍ତୁ ଦେଖିବା ପରେ କେହିଜଣେ ତାହାର ଫୋଟୋ ଉଠାଇଦେଇଥିଲା ଯାହାକି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

ଅଧିକାଂଶ ଲୋକେ ଏହାକୁ ଏଲିୟନ ବୋଲି କହୁଛନ୍ତି। ଲୋକଙ୍କ କହିବାନୁସାରେ ସେମାନେ କେଭେଁବି ଏପରି ଯିବ ଦେଖିନଥିଲେ I ତେବେ ବନ୍ୟ ଅଧିକାରୀଙ୍କ କହିବାନୁସାରେ ଏହା ସତ କିମ୍ବା ଗୁଜବ ତାହାର ଅନୁସନ୍ଧାନ କରାଯାଉଛି ଏବଂ ଯଦି ସତ ହେଇଥାଏ ତେବେ ସେହି ଯିବକୁ ଧରିବାକୁ ଉଦ୍ୟମ କରାଯାଉଛି I କୌଣସି ବି ଲୋକ ଏଥିରେ ଭୟଭୀତ ନହେବାକୁ ବନ୍ୟ ବିଭାଗ ଅନୁରୋଧ କରିଥିବା ଜଣାପଡିଛି I

Leave a Reply

Your email address will not be published. Required fields are marked *