ହେଲିକପ୍ଟର ଯାଞ୍ଚ କରିବାକୁ ଆସିଥିବା ପୋଲିସ କୁ ନାଲି ଆଖି ଦେଖାଇଲେ ଧର୍ମେନ୍ଦ୍ର,କହିଲେ ମୁଖ୍ୟମନ୍ତ୍ରୀ ଙ୍କୁ ଯାଞ୍ଚ କରୁଛ କି ?

ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି ଧର୍ମେନ୍ଦ୍ର ଙ୍କର ଏକ ଭିଡିଓ ଯେଉଁଥିରେ କି ନିର୍ବାଚନ ଯାଞ୍ଚ ଦାୟିତ୍ୱ ରେ ଥିବା ପୋଲିସ ମାନଙ୍କୁ ନାଲି ଆଖି ଦେଖାଇଛନ୍ତି ଧର୍ମେନ୍ଦ୍ର I ସୂଚନା ଅନୁଯାଇ ଗତକାଲି ଧର୍ମେନ୍ଦ୍ର ସମ୍ବଲପୁର ଯାଇଥିବା ସମୟରେ ଏମସିଏଲ ହେଲିପ୍ୟାଡରେ ଅବତରଣ କରିଥିଲେ ଧର୍ମେନ୍ଦ୍ର I ତେବେ ଧର୍ମେନ୍ଦ୍ରଙ୍କ ହେଲିକପ୍ଟର କୁ ଯାଞ୍ଚ କରିବାକୁ ଉପସ୍ଥିତ ଥିବା ପୋଲିସ ଆସିବା ସମୟରେ ନାଲି ଆଖି ଦେଖାଇଥିଲେ ଧର୍ମେନ୍ଦ୍ର I କାଗଜ କାହିଁ ବୋଲି ବାରମ୍ବାର ପୋଲିସ ବାବୁମାନଙ୍କୁ କହିଥିଲେ ଧର୍ମେନ୍ଦ୍ର,ଏହାସହିତ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଏହିପରି ଯାଞ୍ଚ କରୁଛ କି ବୋଲି ପ୍ରଶ୍ନ ପଚାରିଥିଲେ I ଧର୍ମେନ୍ଦ୍ର ଏବଂ ପୋଲିସ ବାବୁଙ୍କ ଯୁକ୍ତିତର୍କ ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *