୨ ସାଂସଦ ଏବଂ ୬ ବିଧାୟକ ଙ୍କ ସମେତ ୧୬ ବିଜେଡି ନେତା ବହିସ୍କୃତ

ଦଳ ଡିଆଁ ନେତାଙ୍କୁ ବହିଷ୍କାର କରିଛି ବିଜେଡି I ରାଜ୍ୟରେ ନିର୍ବାଚନ ଚାଲୁଥିବା ବେଳେ ପ୍ରାଥୀ ଚୟନ ପୂର୍ବରୁ ଟିକେଟ ଆଶାୟୀ ନେତା ଏବଂ ଅସନ୍ତୁଷ୍ଟ ନେତା ବିଜେଡି ଛାଡି ବିଜେପି ରେ ସାମିଲ ହେଇଥିଲେ I ଏହିକ୍ରମରେ ଦଳର ହେଭି ୱେଟ ନେତା ମଧ୍ୟ ସାମିଲ ଥିଲେ I ଏବଂ ବିଜେପି ରୁ ଟିକେଟ ନେଇ ନିର୍ବାଚନ ଲଢ଼ୁଛନ୍ତି I ସେମାନଙ୍କୁ ଗତକାଲି ବିଜେଡି ବହିଷ୍କାର କରିଛି I ଦଳ ବିରୋଧୀ କାର୍ଯ୍ୟ ରେ ଲିପ୍ତ ଥିବା ୧୬ଜଣ ବିଜେଡି ନେତାଙ୍କୁ ଗତକାଲି ବିଜେଡି ବହିଷ୍କାର କରିଥିବା ପ୍ରେସ୍ ରିଲିଜରେ ସୂଚନା ମିଳିଛି I ତନ୍ମଧ୍ୟରୁ ୨ଜଣ ସାଂସଦ ଏବଂ ୬ଜଣ ବିଧାୟକ ଅଛନ୍ତି I

ସୂଚନା ଅନୁଯାଇ ଦଳ ଡେଇଁ ବିଜେପି ରେ ସାମିଲ ହେଇଥିବା ବରିଷ୍ଠ ନେତା ରଘୁନାଥ ମହାନ୍ତି, ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ଅର୍ଜୁନ ଚରଣ ସେଠୀ,ରବି ପାଣି, ଅଭିମନ୍ୟୁ ସେଠୀ, କୁସୁମ ଟେଟେ, ପୂର୍ଣ୍ଣଚନ୍ଦ୍ର ନାୟକ,କେ ନାରାୟଣ ରାଓ, ଜୟନ୍ତ ଷଡ଼ଙ୍ଗୀ ,ବାସନ୍ତୀ ମଲ୍ଲିକ, ଦେବରାଜ ମହାନ୍ତି, ନିରଞ୍ଜନ ପ୍ରଧାନ, କାଶୀନାଥ ମଲ୍ଲିକ,ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବାବୁ ସିଂ ଏବଂ ଲକ୍ଷ୍ମଣ ଟୁଡୁ ।

Leave a Reply

Your email address will not be published. Required fields are marked *