ଢେଙ୍କାନାଳ ର କିଏ ହେବ ବାଜିଗର ? ତ୍ରିମୁଖୀ ଲଢେଇ ରେ ଆଗରେ ଅଛନ୍ତି ସୁଧୀର

ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଢେଙ୍କାନାଳ ବିଧାନସଭା ପାଇଁ ବିଜେପି ପକ୍ଷରୁ କୃଷ୍ଣଚନ୍ଦ୍ର ପାତ୍ର କଂଗ୍ରେସ ରୁ ନବୀନ ନନ୍ଦ ଏବଂ ବିଜେଡି ରୁ ସୁଧୀର ସାମଲ ଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି I ବିଶେଷ କରି ବିଜେଡି ପାଇଁ ଅନେକ ଆଶାୟୀ ପ୍ରାଥୀ ଥିବାବେଳେ ବାଜି ମାରିନେଇଥିଲେ ସୁଧୀର I ନିର୍ବାଚନ ପୂର୍ବରୁ ତିନି ପ୍ରାଥୀ ଜୋରଦାର ଲଢେଇ ଜାରି ରଖିଥିବା ବେଳେ ଆଗରେ ଅଛନ୍ତି ସୁଧୀର ସାମଲ I ପୂର୍ବଥର ବିଜେଡିରୁ ନବୀନ ଙ୍କୁ ଟିକେଟ ନମିଳି ସରୋଜ ସାମଲ ଙ୍କୁ ମିଳିଥିଲା ଫଳରେ ତାଙ୍କ ସମର୍ଥକ ମାନେ ଅସନ୍ତୁଷ୍ଟ ଥିଲେ ଯାହାର ଫାଇଦା ମିଳିଥିଲା ବିଜେପି କୁ I

କୃଷ୍ଣପାତ୍ର 65,789 ଭୋଟ ପାଇଥିବା ବେଳେ ସରୋଜ ପାଇଥିଲେ 69,083 I ମାତ୍ର 3294 ଭୋଟ ବ୍ୟବଧାନ ରେ ବିଜୟ ହାସଲ କରିଥିଲେ ବିଜେଡି ପ୍ରାଥୀ ସରୋଜ I ଏଥରକ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି I ନବୀନ ନନ୍ଦ କଂଗ୍ରେସ ରେ ସାମିଲ ହେଇ ନିର୍ବାଚନ ଲଢ଼ୁଥିବା ବେଳେ କଂଗ୍ରେସ ଛାଡି ବିଜେଡି ରେ ସାମିଲ ହେଇଛନ୍ତି ସିଦ୍ଧେଶ୍ବରୀ ମିଶ୍ର I ପୂର୍ବଥର ସେ 30,571 ଭୋଟ ପାଇଥିଲେ ଯାହାର ଫାଇଦା ସିଧାସଳଖ ସୁଧୀର ନେବାକୁ ଅଣ୍ଟା ଭିଡିଛନ୍ତି କାହିଁକିନା ସୁଧୀର ମଧ୍ୟ କଂଗ୍ରେସ ର ଜଣେ ପୁରୁଖା ନେତା ,ତେଣୁ କଂଗ୍ରେସ କର୍ମୀଙ୍କ ସମର୍ଥନ ତାଙ୍କ ପ୍ରତି ରହିବା ସ୍ୱାଭାବିକ I

ଏସବୁ ମଧ୍ୟରେ ପ୍ରଚାର ମୈଦାନ ରେ ଆଗରେ ଅଛନ୍ତି ସୁଧୀର Iଢେଙ୍କାନାଳ ରେ ତାଙ୍କ ନିଜସ୍ୱ ଭୋଟ ରହିଥିବା ବେଳେ,ପୁରୁଣା ସହକର୍ମୀ କଂଗ୍ରେସ ଏବଂ ବର୍ତମାନର ବିଜେଡି ସହଯୋଗରେ ଢେ଼ଙ୍କନାଳ ରେ ବାଜି ମାରି ନେବାକୁ ନିଆରା ଉଦ୍ୟମ ଚଳାଇଛନ୍ତି ସୁଧୀର I

Leave a Reply

Your email address will not be published. Required fields are marked *