ସାବାସ ନିର୍ବାଚନ ଫ୍ଲାଇଂ ସ୍କ୍ବାଡ୍‌ ଅଧିକାରୀ , ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର କୁ ଯାଞ୍ଚ କଲେ

ଚାଲିଛି ନିର୍ବାଚନ ସମୟ I ଆଚରଣ ବିଦ୍ଧି ଅନୁଯାଇ ସମସ୍ତଙ୍କ ଗାଡି ଚେକ କରାଯାଉଛି I ଏହିକ୍ରମରେ ଗତକାଲି ମୁଖ୍ୟମନ୍ତ୍ରୀ ରାଉରକେଲା ଯିବା ସମୟରେ ତାଙ୍କ ହେଲିକପ୍ଟର ଅବତରଣ କରିଥିଲା I ନିୟମ ଅନୁଯାଇ ମୁଖ୍ୟମନ୍ତ୍ରୀ ଙ୍କ ହେଲିକପ୍ଟର ଏବଂ ଲଗେଜ୍ କୁ ଯାଞ୍ଚ କରିବାକୁ ଆଗେଇ ଆସିଥିଲେ ଫ୍ଲାଇଂ ସ୍କ୍ବାଡ୍‌ ଅଧିକାରୀ I ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଆସନ ରୁ ଉଠି ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ I

ଫ୍ଲାଇଂ ସ୍କ୍ବାଡ୍‌ ଅଧିକାରୀ ମାନେ ତନ୍ନ ତନ୍ନ କରି ହେଲିକପ୍ଟର କୁ ଯାଞ୍ଚ କରିଥିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ଅପରପକ୍ଷରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଧର୍ମେନ୍ଦ୍ର ଙ୍କର ମଧ୍ୟ ଗତକାଲି ଏକ ଭିଡିଓ ଭାଇରଲ ହେଇଥିଲା ଯେଉଁଥିରେ କି ସେ ଫ୍ଲାଇଂ ସ୍କ୍ବାଡ୍‌ ଅଧିକାରୀ ମାନଙ୍କୁ ଅତି ଊଚ୍ଚ ସ୍ୱରରେ କାଗଜ କାହିଁ ବୋଲି କହି ଚିତ୍କାର କରିଥିଲେ

I ଏପରିକି ମୁଖ୍ୟମନ୍ତ୍ରୀ ଙ୍କୁ ଏପରି ଯାଞ୍ଚ କରୁଛ କି ବୋଲି ପ୍ରଶ୍ନ କରିଥିଲେ I ସେହିପରି ହିଞ୍ଜିଳି ରେ ପିତାମ୍ବର ମଧ୍ୟ ସମାନ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଙ୍କୁ ଯାଞ୍ଚ କରାଯାଉନଥିବା ଅଭିଯୋଗ କରିଥିଲେ I ତେବେ ଆଜିର ଭିଡିଓ ପରେ ବିରୋଧୀ ମାନଙ୍କ ପାଟି ଚୁପ ହେଇଯିବ ବୋଲି ଚର୍ଚା ଚାଲିଛି I

Leave a Reply

Your email address will not be published. Required fields are marked *