ବନ୍ଧୁ ବିଜୟଙ୍କ ପାଇଁ ପ୍ରଚାର କରିବାକୁ ପାଟକୁରାରେ ପହଁଚିଲେ ଦିଲୀପ ରାୟ

ରାଜ୍ୟ ରାଜନୀତି ରେ ଜଣେ ଚର୍ଚିତ ଚେହେରା ଭାବେ ଜଣାଶୁଣା ଦିଲୀପ ରାୟ ବିଜେପି ଛାଡିବା ପରେ ବିଜେଡି ରେ ସାମିଲ ହେବେ ଚର୍ଚ୍ଚା ହେଉଥିଲା ,ଏପରିକି କେନ୍ଦ୍ରାପଡା ରେ ଦିଲୀପ ଙ୍କୁ ଦଳ ସାଂସଦ ଭାବେ ପ୍ରାଥୀ କରିବାକୁ ଅଫର ଦେଇଥିଲେ ହେଁ ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ I ବିଜେପି କୁ ମଧ୍ୟ ଫେରିନଥିଲେ ତେବେ ନିଜ ବନ୍ଧୁ ବିଜୟ ଙ୍କ ପାଇଁ ପ୍ରଚାର କରିବେ ବୋଲି ପ୍ରତିଶୃତି ଦେଇଥିଲେ I ଆଜି ନିଜ ପ୍ରତିଶୃତି ଅନୁଯାଇ ଶେଷରେ ନିଜ କଥା ରଖିଛନ୍ତି ଦିଲୀପ I କେନ୍ଦ୍ରାପଡା ରେ ପହଞ୍ଚି ପାଟକୁରାରେ ନିଜ ବନ୍ଧୁ ଙ୍କୁ ସାକ୍ଷାତ କରିଛନ୍ତି I ବନ୍ଧୁଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି I ଯାହାକି ଏବେ ଚର୍ଚା ଚାଲିଛି କି ବନ୍ଧୁ ହେବ ତ ଏମିତି I

Leave a Reply

Your email address will not be published. Required fields are marked *