ବାହାବା ନେବାକୁ ଯାଇ ହେଲିକପ୍ଟର ଯାଞ୍ଚ କରି ନିଲମ୍ବିତ ହେଲେ IAS . କିଏ ଦେଇଥିଲା ଅନୁମତି ?

ଗତକାଲି ମୋଦିଙ୍କ ସୁରକ୍ଷା ହେଲିକପ୍ଟର କୁ ଯାଞ୍ଚ କରିଥିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ବେସ ସରଗରମ ହେଇଥିଲା I ଶେଷରେ ଯାଞ୍ଚ କରିଥିବା ଅଧିକାରୀ ଙ୍କୁ ନିଲମ୍ବିତ କରାଯାଇଛି

I ସୂଚନା ଅନୁଯାଇ ନିଲମ୍ବିତ ହେଇଥିବା ଅଧିକାରୀ ଜଣଙ୍କ ହେଉଛନ୍ତି ଜଣେ ୧୯୯୬ ବ୍ୟାଚର କର୍ଣ୍ଣାଟକ କ୍ୟାଡର ଆଇଏଏସ I ତାଙ୍କ ନାମ ମହମ୍ମଦ ମୋହସିନ

I ମଙ୍ଗଳବାର ଦିନ ମୋଦି ସମ୍ବଲପୁର ଗସ୍ତ କରିଥିବା ସମୟରେ ତାଙ୍କ ସୁରକ୍ଷା ପାଇଁ ଆସିଥିବା ଅନ୍ୟ ଏକ ହେଲିକପ୍ଟର କୁ ଯାଞ୍ଚ କରିବାକୁ ଉଦ୍ୟମ କରିଥିଲେ ପର୍ଯ୍ୟବେକ୍ଷକ ତଥା ଆଇଏଏସ ଅଫିସର ମହମ୍ମଦ ମୋହସିନ I ଏନେଇ ରାଜ୍ୟ ବିଜେପି ତରଫରୁ ନିର୍ବାଚନ କମିଶନର ଙ୍କୁ ଅଭିଯୋଗ କରିବା ପରେ ,ଘଟଣା ସ୍ଥଳରେ ନିର୍ବାଚନ କମିଶନର ଙ୍କ ଏକ ସ୍ୱତନ୍ତ୍ର ଟିମ୍ ପହଞ୍ଚି ଯାଞ୍ଚ ପରେ ଜାଣିବାକୁ ପାଇଥିଲେ କି ,ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ସହିତ ଜଡିତ ହେଲିକପ୍ଟର କୁ ଯାଞ୍ଚ କରିବାକୁ ନିର୍ବାଚନ କମିଶନ ଙ୍କ ଅନୁମତି ଦରକାର ପଡିଥାଏ କିନ୍ତୁ ବିନା କୌଣସି ଅନୁମତିରେ ସେ ଯାଞ୍ଚ କରିଥିଲେ ତେଣୁ ତାଙ୍କୁ ଦାୟିତ୍ୱ ରୁ ଅବ୍ୟାହତି ଦେବା ସହିତ ଚାକିରିରୁ ନିଲମ୍ବନ କରାଯାଇଛି I

ତେବେ ସବୁଆଡେ ଏବେ ଚର୍ଚ୍ଚା ଚାଲିଛି କି ଜଣେ ଆଇଏଏସ ଏଭଳି କାର୍ଯ୍ୟ କିପରି କଲେ ବା ତାଙ୍କୁ କିଏ ଅନୁମତି ଦେଇଥିଲା ନା ବାହାବା ନେବାକୁ ଏପରି କରିଥିଲେ ?

Leave a Reply

Your email address will not be published. Required fields are marked *